ଗଣେଶଙ୍କ ଶରୀରରେ ହାତୀର ମୁଣ୍ଡ …

ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- ଭଗବାନ ଗଣେଶଙ୍କ ମୁଣ୍ଡ ଭଗବାନ ଶିବଙ୍କ ଦ୍ୱାରା କାଟି ଦିଆଯାଇଥିଲା ଏବଂ ପରେ ଭୋଳାନାଥ ନିଜେ ପୁତ୍ର ଗଣେଶଙ୍କ ଶରୀରରେ ହାତୀର ମୁଣ୍ଡ ଯୋଡିଥିଲେ । କିମ୍ବଦନ୍ତୀ ଅନୁଯାୟୀ, ଭଗବାନ ଶିବ କ୍ରୋଧିତ ହୋଇ ଗଣେଶଙ୍କ ମୁଣ୍ଡ କାଟିଥିଲେ ଏବଂ ସେହି ମୁଣ୍ଡକୁ ଏକ ଗୁମ୍ଫାରେ ରଖିଥିଲେ। କୁହାଯାଏ ଯେ, ସେହି ଗୁମ୍ପାରେ ଆଜି ବି ଭଗବାନ ଗଣେଶଙ୍କ କଟା ମୁଣ୍ଡ ରହିଛି ଏବଂ ତାହାକୁ ଖୋଦ୍ ଶଙ୍କର ଭଗବାନ ସୁରକ୍ଷା ଦେଉଛନ୍ତି । ସେହି ଗୁମ୍ପା ପାଲାଲ ଭୁବନେଶ୍ୱର ନାମରେ ଜଣାଶୁଣା ।

ସେଠାରେ ଭଗବାନ ଗଣେଶଙ୍କୁ ଆଦି ଗଣେଶ ନାମରେ ଜଣାଯାଏ । ବିଶ୍ୱାସ ଅନୁଯାୟୀ, ସେହି ଗୁମ୍ଫାକୁ ଆଦିଶଙ୍କରାଚାର୍ଯ୍ୟ ଆବିଷ୍କାର କରିଥିଲେ । ସେହି ଗୁମ୍ଫା ଉତ୍ତରାଖଣ୍ଡର ପିଥୋରାଗଡର ଗାଙ୍ଗୋଲିହାଟ ଠାରୁ ୧୪ କିମି ଦୂରରେ ଅବସ୍ଥିତ । ସେହି ଗୁମ୍ଫାରେ ଥିବା ଗଣେଶ ପ୍ରଭୁଙ୍କ ମୁଣ୍ଡକୁ ଆଜି ବି ଭଗବାନ ଶିବ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ବିଶ୍ବାସ କରାଯାଏ । ସେଠାରେ ଗଣେଶଙ୍କ ମୁଣ୍ଡ ବିହୀନ ମୂର୍ତ୍ତିର ଠିକ ଉପରି ଭାଗରେ ୧୦୮ ପାଖୁଡା ଥିବା ବ୍ରହ୍ମକମଳ ସ୍ବରୂପର ଏକ ପଥର ରହିଛି ସେହି ବ୍ରହ୍ମକମଳ ପଥରରୁ ଗଣେଶଙ୍କ ମୂର୍ତ୍ତି ଉପରେ ଜଳ ବୁନ୍ଦା ଝରୁଥାଏ । ଏହି ବ୍ରହ୍ମକମଳକୁ ଭଗବାନ ଶିବ ନିଜେ ସ୍ଥାପନା କରିଥିଲେ । ଏହା ସହ ସେହି ଗୁମ୍ଫାରେ ୩୩ ହଜାର ଦେବତାଙ୍କର ମୂର୍ତ୍ତି ରହିଛି । ସେହି ମୂର୍ତ୍ତି ଉପରେ ମଧ୍ୟ ଜଳ ପ୍ରବାହିତ ହେଉଥାଏ ।

Exit mobile version