Home ଓଡ଼ିଶା ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ମାଣ୍ଡିପାଙ୍ଗା ଠାରେ ଘଟିଥିବା ଅଭାବନୀୟ ଘଟଣା ପାଇଁ ସରକାରୀ ବ୍ୟବସ୍ଥା ଦାୟୀ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି । ହ୍ୟୁମାନ ରାଇଟସ ଫୋରମ ଅଫ ଇଣ୍ଡିଆର ଫ୍ୟାକଟ ଫାଇଣ୍ଡିଙ୍ଗ ଟିମରେ ସାମିଲ ଥିବା ବ୍ରଜକିଶୋର ତ୍ରିପାଠୀ ମଣ୍ଡିପଙ୍କା ଗ୍ରାମକୁ ଯାଇ ସ୍ଥାନୀୟ ସର୍କିଟ ହାଉସ ଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭୂତି ବର୍ଣ୍ଣନା କରି ଖାଦ୍ୟ ଅଭାବରେ ବିକଳ୍ପ ନଥିବାରୁ ବିକଳରେ ଲୋକେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ବାରଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମାସିକ ପାଞ୍ଚ କେଜି ଚାଉଳ ଯଥେଷ୍ଟ ହେଉ ନ ଥିବାରୁ ଗରୀବ ଆଦିବାସୀ ଦଳିତ ଲୋକଙ୍କୁ ଅନ୍ତୋଦୟ ଯୋଜନା ଅନ୍ତର୍ଭୂକ୍ତ କରିବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତ । ସେହିଭଳି ଏହି ଗାଁରେ କେହି ହେଲେ ସୁଭଦ୍ରା ଯୋଜନାରେ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି ଶ୍ରୀ ତ୍ରିପାଠୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାତ୍ର ୧୨ଜଣ ସାମିଲ ହୋଇଥିବା, ଲୋକଙ୍କ ପାଖରେ କାମ ନ ଥିବା ସେ ପ୍ରକାଶ କରିଛନ୍ତି । ଆରଡ଼ିସ ତଦନ୍ତ ବଦଳରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି । ସେହିଭଳି ଜାତୀୟ ମାନବିକ ଅଧିକାର ଆୟୋଗର କୋର କମିଟି ସଦସ୍ୟ ତଥା ଏଚଆରଏଫଆଇର ଅଧ୍ୟକ୍ଷ ମନୋଜ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ ଏହି ଘଟଣା ଏକ ଚିନ୍ତାର ବିଷୟ ବୋଲି କହିଥିଲେ । ତିନି ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ତେଣୁ ରାଜ୍ୟ ଓ ଜିଲା ପ୍ରଶାସନ ଏଥିପାଇଁ ସଂପୂର୍ଣ୍ଣ ଦାୟି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲା ଓ ବ୍ଳକ ପ୍ରଶାସନଙ୍କ ଅବହେଳା ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପ୍ରତିନିଧିମାନେ ସୂଚନା ଦେଇଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026