Home ଓଡ଼ିଶା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ସମ୍ମାନୀତ ହେବେ ସାମ୍ବାଦିକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସମ୍ବାଦ ପରିବେଷଣ କରି ସାଧାରଣ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା କଳାହାଣ୍ଡିର ୬ଜଣ ସାମ୍ବାଦିକ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ। ନଭେମ୍ୱର ୧୩ରୁ ୧୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଆୟୋଜିତ ଗୋସିଙ୍ଗ ଦୈତ୍ୟ ଦରବାରରେ ବରିଷ୍ଠ ସାମ୍ବାଦିକ ତଥା ନର୍ଲା ସମୟ ପ୍ରତିନିଧି ଦିପକ କୁମାର ଠାକୁର, ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ବାଳକୃଷ୍ଣ ନାଏକ, କ୍ରାନ୍ତି ବାର୍ତ୍ତା ସଂପାଦକ ଗୋପାଳ ଦାସ ମହାନନ୍ଦ, ଓଡ଼ିଆ ବାର୍ତ୍ତାର କୋକସରା ପ୍ରତିନିଧି ହିରଣ୍ୟ ବେହେରା, ଓଡ଼ିଶା ଭାସ୍କରର ନର୍ଲା ପ୍ରତିନିଧି ତ୍ରିଲୋଚନ ଗଉଡ ଏବଂ ଆଜିକାଲିର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିରଞ୍ଚି କରୁଆଁଙ୍କୁ ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି। ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଖବରକାଗଜର ନର୍ଲା ପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଛନ୍ତି ଦିପକ କୁମାର ଠାକୁର। ନିରପେକ୍ଷ ସାମ୍ବାଦିକତା ପାଇଁ ସେ ସ୍ଥାନୀୟ ଜନତାଙ୍କ ଦ୍ବାରା ବେଶ ଆଦୃତ ହୋଇ ପାରିଛନ୍ତି। ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ଭାବେ କାର୍ଯ୍ୟରତ ବାଳକୃଷ୍ଣ ନାଏକ ଅନେକ ଗଣମାଧ୍ୟମରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଜଣେ ନିର୍ଭିକ ପତ୍ରକାର ଭାବେ ସେ ନିଜ ଅଞ୍ଚଳର କୋଣ ଅନୁକୋଣରେ ପହଞ୍ଚି ଜନସାଧାରଣଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି। ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ସାଧାରଣ ସମ୍ପାଦକ ଥିବାବେଳେ ସେ ନିଜସ୍ଵ ଓ୍ବେବ ପୋର୍ଟାଲ କ୍ରାନ୍ତି ବାର୍ତ୍ତାର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ଶ୍ରୀ ମହାନନ୍ଦ ଜଣେ ସୁଦକ ମଞ୍ଚ ଉଦଘୋଷକ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ସମାଜସେବା କରି ଆସୁଛନ୍ତି। ସେହିପରି ଭାବେ ହିରଣ୍ୟ ବେହେରା ଜଣେ ଯୁବ ସାମ୍ବାଦିକ, ସୁସଂଗଠକ, କଳାକାର, କ୍ରିଡ଼ା ଉଦଘୋଷକ ଓ ସମାଜସେବୀ ଭାବରେ ସୁପରିଚିତ। ଶ୍ରୀ ବେହେରା ୨୦୧୭ରୁ ବର୍ତ୍ତମାନ ଯାଏଁ ଓଡ଼ିଆ ବାର୍ତ୍ତାର କୋକସରା ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଛନ୍ତି। ତ୍ରିଲୋଚନ ଗଉଡ ଜଣେ ନିରପେକ୍ଷ ଖବରଦାତା ଭାବେ ସୁପରିଚିତ। ଦୀର୍ଘ ବର୍ଷ ଧରି ସେ ଓଡ଼ିଶା ଭାସ୍କରର ନର୍ଲା ପ୍ରତିନିଧି ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ସେହିପରି ଭାବେ ‘ଆଜିକାଲି’ ଦୈନିକ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଥିବା ବିରଞ୍ଚି କରୁଆଁ ଜଣେ ଯୁବ ସାମ୍ବାଦିକ ଭାବେ ଜନତାଙ୍କ ସ୍ବରକୁ ପ୍ରଶାସନ ପାଖରେ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରି ଆସୁଛନ୍ତି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହିତ ଜଡିତ ରହି ବିଭିନ୍ନ ସମସ୍ୟା ସମ୍ପର୍କିତ ଓ ଦୁର୍ନୀତି ବିରୋଧୀ ତଥା ତଥ୍ୟ ଭିତ୍ତିକ କଲମ ଚାଳନା କରି ଏହି ସାମ୍ବାଦିକମାନେ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ଏକ ବିପ୍ଳବ ଆଣି ପାରିଛନ୍ତି। ତେଣୁ କୁମାରସ୍ବାମୀ ମହୋତ୍ସବ ଅବସରରେ ଏହି ଅନନ୍ୟ ପ୍ରତିଭାଦୀପ୍ତ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯିବ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ - ୨ଟି କଲରାପତରିଆ ଛାଲ ଜବତ by Proprietor Abhimanyu Maharana September 18, 2026 ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026 ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି by Proprietor Abhimanyu Maharana September 18, 2026 ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ by Proprietor Abhimanyu Maharana September 18, 2026 ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର by Proprietor Abhimanyu Maharana September 18, 2026