Home ଓଡ଼ିଶା ମହାରାଷ୍ଟ୍ର ପୋଲିସକୁ ଚକମା ଦେଖାଇ ଚମ୍ପଟ ଅଭିଯୁକ୍ତକୁ ଖୋଜୁଥିବା ବେଳେ ମିଳିଲା କିଙ୍ଗ୍ପିନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଅଡ଼ବା ଥାନା ଅଧୀନ ପୁରୁଣାସାହିର ଜୁଏଲ ଶବରଙ୍କୁ ମହାରାଷ୍ଟ୍ର ନାଗପୁର ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଥିଲା । ରିମାଣ୍ଡ୍ରେ ଆଣି ତଦନ୍ତ ପାଇଁ ପୁଣି ଗଜପତି ଜିଲ୍ଲା ମୋହନାକୁ ଆଣିଥିଲା ନାଗପୁର ପୁଲିସ। ଜୁଏଲଙ୍କ ଗୋଡ଼ରେ ବେଡ଼ି ବନ୍ଧା ଯିବା ସତ୍ତ୍ୱେ ଅଭିଯୁକ୍ତ ପୁଲିସକୁ ଚକମା ଦେଖାଇ ଗତ ୩ ଦିନ ତଳେ ଚମ୍ପଟ୍ ମାରିଥିଲା । ନାଗପୁର ପୁଲିସ ଓ ମୋହନା ପୁଲିସ ମିଳିତ ଭାବେ ୩ ଦିନ ହେଲା ଖୋଜାଖୋଜି କରୁଥିଲେ । ଚମ୍ପଟ୍ ଅଭିଯୁକ୍ତକୁ ଖୋଜୁ ଖୋଜୁ ଗଞ୍ଜେଇ ଚାଲାଣର କିଙ୍ଗପିନ୍ କୁହାଯାଉଥିବା ଅଭିଯୁକ୍ତ ମୋହନା ଥାନା ଖାରୀଗୁଡ଼ାର ସୁଶାନ୍ତ ନାୟକଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମୋହନାରୁ ଗଞ୍ଜେଇ ନେଇ ମହାରାଷ୍ଟ୍ର ଯିବା ବେଳେ ଗତ ଅକ୍ଟୋବର ୨୭ରେ ନାଗପୁର ଆକାଲା ପୁଲିସ ଜୁଏଲଙ୍କୁ ଗିରଫ କରିଥିଲା। ଏହାପରେ ଅଧିକ ତଦନ୍ତ ପାଇଁ ୩୧ରେ ଅଭିଯୁକ୍ତ ରିମାଣ୍ଡରେ ଆଣି ମୋହନା ନେଇ ଆସିଥିଲା ନାଗପୁର ପୁଲିସ। ରବିବାର ଦିନ ମୋହନାର ଲଜ୍ରୁ ଗୋଡ଼ରେ ବେଡ଼ି ବନ୍ଧା ଅବସ୍ଥାରେ ଅଭିଯୁକ୍ତ ଜୁଏଲ ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା I ଏହି ଘଟଣାରେ ପୁଲିସ 3 ଦିନ ହେଲା ଖୋଜା ଖୋଜି କରୁଥିଲା। ମାତ୍ର କୌଣସି ଟେର୍ ପାଇନାହିଁ । ଜୁଏଲ ହାତରେ ମହାରାଷ୍ଟ୍ର ଗଞ୍ଜେଇ ପଠାଇଥିବା କିଙ୍ଗପିନ୍ ତଥା ଖାରୀଗୁଡ଼ାର ସୁ ଶାନ୍ତଙ୍କୁ ପୁଲିସ ଗିରଫ କରିଛି। ଜୁଏଲ୍କୁ ଧରିବା ପାଇଁ ମୋହନା ପୁଲିସ ଓ ନାଗପୁର ପୁଲିସ ମିଳିତ ଭାବେ ଅପରେସନ୍କୁ ଜୋରଦାର୍ କରିଥିବା ଥାନା ଅଧିକାରୀ ବସନ୍ତ ସେଠି ସୂଚନା ଦେଇଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026