ବିହାର ରାଜ୍ୟ ର ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଙ୍କ ଗଜପତି ଜିଲ୍ଲା ଗସ୍ତ

୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଆଜି ବିହାର ରାଜ୍ୟ ସରକାରଙ୍କ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ମାନ୍ୟବର ବିଚାରପତି ସଞ୍ଜୟ କୁମାର ଙ୍କ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ତିବତିଆନ ଙ୍କ ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ। କମିଶନ ଅଧ୍ୟକ୍ଷ ଙ୍କୁ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।

ସଙ୍ଗରେ ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରସାଦ କୁମାର ପଣ୍ଡା ଙ୍କ ସମେତ ପଞ୍ଚାୟତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କମିଶନ ଅଧ୍ୟକ୍ଷ ମାନ୍ୟବର ବିଚାରପତି ସଞ୍ଜୟ କୁମାର ବୁଦ୍ଧ ମନ୍ଦିର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର କର୍ମ କର୍ତ୍ତା ଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

Exit mobile version