ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଛେଳିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୃତ୍ୟ ଦଳ ରାଜ୍ୟସ୍ତରକୁ ମନୋନୀତ

୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର,ଉଦୟଗିରି  :-> ଛେଳିଗଡ଼ ସରକାରୀ ଉ ପ୍ରା ବିଦ୍ୟାଳୟର ନୃତ୍ୟ ଦଳ ଗତକାଲି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଆଗାମୀ 12 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି | ବିଦ୍ୟାଳୟର ଛାତ୍ରୀ ମାନଙ୍କର ନୃତ୍ୟରେ ମଞ୍ଚାସିନ ବିଚାରକ ମଣ୍ଡଳୀ ଅଭିଭୂତ ହୋଇପଡ଼ିଥିଲେ | ଛାତ୍ରୀ ମାନଙ୍କର ନାଚ ପ୍ରତି ଆଗ୍ରହ ଥିବା ଜାଣି ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାଙ୍କୁଡ ଓ ଶିକ୍ଷକ ବୃନ୍ଦ ଦୀର୍ଘ ଏକ ମାସ ତାଙ୍କୁ ଶିକ୍ଷା ଦେଇ ଅଭ୍ୟାସ କରାଇଥିଲେ ଆଜି ରାଜ୍ୟ ସ୍ତରକୁ ମନୋନୀତ ହେବା ଶୁଣି ବିଦ୍ୟାଳୟ, ଗାଁ ଓ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି |

ଏ ଅବସରରେ ପ୍ରଧାନ ଶିକ୍ଷକ ମହାଙ୍କୁଡ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ସେହିପରି ଅଖ୍ୟାତ ପଲ୍ଲୀ ସୁଗୁବା ଭଳି ଏକ ଉପାନ୍ତ ଅଞ୍ଚଳର ସପ୍ତମ ଶ୍ରେଣୀର ଛାତ୍ର ନୀଳାଞ୍ଚଳ ଦଳାଇ ଏକ ଦେଶାତ୍ମବୋଧକ ଗୀତ ଗାଇ ବିଚାରକ ମଣ୍ଡଳୀ ତଥା ଦର୍ଶକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି | ପିଲାଟିର କଣ୍ଠ ସଂଗୀତ ପ୍ରତି ଆଗ୍ରହ ଥିବା ଜାଣି ପ୍ରଧାନ ଶିକ୍ଷକ ରଘୁନାଥ ନାହାକଙ୍କ ପରାମର୍ଶ କ୍ରମେ ଶିକ୍ଷକ ଲୋକନାଥ ଦଳାଇ ଅଭ୍ୟାସ କରାଇଥିଲେ |

ସେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି | ତା ସଙ୍ଗେ ସଙ୍ଗେ ଛେଳିଗଡ଼ ଆଦର୍ଶ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଶୁଣ୍ଡୁରୁବା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଯୋଗୁଁ ରା ଉଦୟଗିରି ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ବୀରେନ୍ଦ୍ର କୁମାର ମଣ୍ଡଳଙ୍କ ସହ ରା ଉଦୟଗିରି ବ୍ଲକର ଶିକ୍ଷାବିତ୍ତ ଓ ବୁଦ୍ଧିଜୀବୀଗଣ ଶୁଭେଚ୍ଛା ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ।

Exit mobile version