୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ବିଶିଷ୍ଟ ସମାଜସେବୀ ବିଶ୍ୱନାଥ ସ୍ବାଇଁଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ବିଶ୍ୱନାଥ ସ୍ୱାଇଁ ସ୍ମୃତିସଂସଦର ସଭାପତି ଡା. ମଧୁସୂଦନ ସେନାପତି ଓ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ମିଳିତ ଆବାହକତ୍ୱରେ ଗୁରୁବାର ଦିନ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡା. ସେନାପତି ପୌରୋହିତ୍ୟ କରିଥିଲେ । ଏଥିରେ ଟାଙ୍ଗି ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନ ମୁଖ୍ୟ ଅତିଥି, ରଣପୁର ବ୍ଲକ ଅଧୀନସ୍ଥ ଗୋପାଳପୁର ଗ୍ରାମର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ତଥା ପ୍ରବଚକ କିଶୋର ଚନ୍ଦ୍ର ଭଞ୍ଜ ମୁଖ୍ୟ ବକ୍ତା, ବଡ଼କୁଳ ପ୍ରଗତିଶୀଳ ସୃଜନୀ ସଂସଦର ସଭାପତି ଭିକାରୀ ଚରଣ ପ୍ରଧାନ,
