ଗଜପତି : ମୋହନା ବ୍ଲକ ର ପୁର୍ବତନ ଅଧକ୍ଷ ଥୋମାସ ମାଇକେଲ ଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକ

ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ଗଜପତି :- ଗଜପତି ଜିଲ୍ଲା ମୋହନା ବ୍ଲକ ର ପୂର୍ବତନ ଅଧକ୍ଷ ତଥା ବିଜେଡ଼ି ଦଳର ଜଣେ ବରିଷ୍ଠ ନେତା ଥୋମାସ ମାଇକେଲ ଙ୍କ (୯୪) ବୟସରେ ତାଙ୍କ ନିଜ ଗ୍ରାମ ଆଲିଗଣ୍ଡା ସ୍ଥିତ ନିଜ ବାସ ଭବନରେ ବିୟୋଗ ହୋଇ ଯାଇଛି l ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ ଘରେ ରହି ଚିକିତ୍ସିତ ହେଉଥିଲେ l ତାଙ୍କ ବିୟୋଗରେ ଗଜପତି ଜିଲ୍ଲାରେ ଶୋକ ର ଛାୟା ଖେଳାଇ ଦେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଅମଳରୁ ସେ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ଶେଷ ଜୀବନ ପର୍ଯ୍ୟନ୍ତ ରହି ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ l ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସେ ଅତି ଘନିଷ୍ଠ ଥିଲେ l

ତାଙ୍କ ବିୟଗୋ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ , ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବିଜେଡ଼ି ଜିଲ୍ଲା ଯୁବ ସଭାପତି ଏସ୍. ଲିଙ୍ଗରାଜ ବରିଷ୍ଠ ବିଜେଡ଼ି ନେତା ମୁରୂତ ପାଳ, ପୂର୍ବତନ ବିଜେଡ଼ି ଜିଲ୍ଲା ସଭାପତି ବସନ୍ତ ଦାସ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ସାମ୍ବାଦିକ ଗଣେଶ ବିଷୋୟୀ ବାଦଲ ବର୍ଦ୍ଧନ, ଆମୋଦ ବର୍ଦ୍ଧନ ପ୍ରମୁଖ ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି l ଥୋମାସ ମାଇକେଲ ଙ୍କ ବିୟୋଗ ରେ ମୋହନା ଅଞ୍ଚଳର ବିଜେଡ଼ି ନେତା,କର୍ମୀ ଓ ତାଙ୍କ ନିଜ ଗ୍ରାମ ଅlଲିଗଣ୍ଡା ଗ୍ରାମବାସୀ ଙ୍କ ମଧ୍ୟରେ ମଧ୍ୟରେ ଏକ ପ୍ରକାର ଶୋକ ର ଛାୟା ଖେଳାଇ ଦେଇଛି l ପାରଳଖେମୁଣ୍ଡି (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version