୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ସ୍ଥିତ ସାଲବେଗ ମଣ୍ଡପ ଠାରେ ବନ୍ଦେ ଉତ୍କଳ ମହାସଂଘର ରାଜ୍ୟ ସ୍ତରୀୟ ଏକ କର୍ମଶାଳା ଓ ସମୀକ୍ଷା ବୈଠକ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାକାରଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମହନ୍ତ ମହାରାଜ ଶ୍ରୀ ପର୍ଶୁରାମ ଦାସ ଯୋଗ ଦେଇ ପ୍ରଦିପ ଜାଳି ଏହାକୁ ଉଦ୍ଘାଟନ କରିଥିଲେ । ମହାସଂଘର ସଂପାଦକ ବିନୋଦ କୁମାର ଭୋଇ ସଂପାଦକୀୟ ବିବରଣୀ ପାଠ କରିଥିଲା ବେଳେ,କାର୍ଯ୍ୟକାରୀ ସଭାପତି ବିଧୁଭୂଷଣ ନାୟକ ସଭା ପରିଚାଳନା କରିଥିଲେ ।

