ଦକ୍ଷିଣାଞ୍ଚଳ ରାଜସ୍ବ ଆଯୁକ୍ତ ଶ୍ରୀମତୀ ରୂପା ରୋଶନ ସାହୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମ ପରିଦର୍ଶନ

୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣାଞ୍ଚଳ ରାଜସ୍ବ ଆଯୁକ୍ତ ଶ୍ରୀମତୀ ରୂପା ରୋଶନ ସାହୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମ ପରିଦର୍ଶନ କରିଛନ୍ତି  l ସେଠାରେ ପୀଡିତ ପରିବାରର ସଦସ୍ୟ ଏବଂ ଗ୍ରାମବାସୀଙ୍କ ମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ l

ଏହାପରେ ସେ ବ୍ରାହ୍ମଣୀଗାଁ ବହୁମୁଖୀ ସମବାୟ ସମିତି ଅଫିସ ପରିଦର୍ଶନ କରି ଚାଉଳ ବଣ୍ଟନ ସମ୍ବନ୍ଧୀୟ ବିଭିନ୍ନ ରେଜିଷ୍ଟର ଦେଖିଥିଲେ ଓ ଅଧିକାରୀ ତଥା ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ l

ଆମ୍ବ ଟାକୁଆ ସମ୍ବନ୍ଧିତ ଖାଦ୍ୟ ବିଷାକ୍ତିକରଣ ଜନିତ ମୃତ୍ୟୁର ପ୍ରାଥମିକ ତଦନ୍ତ ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ଥିଲା l ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l

Exit mobile version