Home ଓଡ଼ିଶା ଖାଦ୍ୟ ସୁରକ୍ଷା ଆଇନକୁ ପାଳନ କରୁନାହିଁ ବିଜେପି ସରକାର, ପ୍ରଶାସନିକ ଅବହେଳା ନେଇଛି ଜୀବନ, ଦୋଷୀ କେମିତିକା ତଦନ୍ତ କରିବ : ଶ୍ରୀକାନ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୋହନ ମାଝିଙ୍କ ନେତୃତ୍ୱାଧିନ ବିଜେପି ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ଉଲ୍ଲଂଘନ କରିଛନ୍ତି। ଏହି ଉଲ୍ଲଂଘନ ରାଜ୍ୟର ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପକା ଗାଁର ଦୁଇ ମହିଳାଙ୍କ ଜୀବନ ନେଇଛନ୍ତି। ସେହିପରି ଅନ୍ୟ ଛଅ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ନୈତିକ ଦାୟିତ୍ୱ ଯେଉଁ ଅଧିକାରୀମାନେ ନେବା କଥା, ସେହିମାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ହାସ୍ୟାସ୍ପଦ ବୋଲି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି। ରାଜଧାନୀ ସ୍ଥିତ ନିଜସ୍ୱ ବାସଭବନରେ ଏକ ଖବରଦାତା ସମ୍ମିଳନୀ ଡକାଇ ଶ୍ରୀ ଜେନା ଏହି କହିଛନ୍ତି। ସାମଗ୍ରିକ ଘଟଣାରେ ଏକାଧିକ ଦିଗ ଉପରେ ଶ୍ରୀ ଜେନା ଆଲୋକପାତ କରିବା ସହ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜ ପ୍ରେସ୍ ବାର୍ତ୍ତାରେ ସେ କହିଛନ୍ତି ଯେ, ଏହି ସମଗ୍ର ଘଟଣାରେ ଆରଡିସି ଜଣେ ଅଂଶୀଦାର। ସେହିପରି ଜିଲ୍ଲାପାଳ ଘଟଣା ଘଟିବାର ପ୍ରାୟ 4ରୁ 5 ଦିନ ଯାଏଁ ସେହି ଅଞ୍ଚଳ ଗସ୍ତ କଲେ ନାହିଁ। ତେଣୁ ଆରଡିସି ତଦନ୍ତ ଦେବା କେତେ ନ୍ୟାୟ ସଙ୍ଗତ। ଅପରପକ୍ଷରେ ସମଗ୍ର ଘଟଣାରେ ହାଇକୋର୍ଟର ଜଣେ ନିୟମିତ ବିଚାରପତିଙ୍କ ଅଧିନ ଏକ ନ୍ୟାୟିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି। ଗତକାଲି ତରବରିଆ ଭାବେ ତିନି ମାସର ଆଗୁଆ ଚାଉଳବଣ୍ଟନ ପାଇଁ ନିର୍ଦ୍ଦେଶ ଦେବା ନିଷ୍ପତ୍ତି ପଛରେ କୌଣସି ନୂତନତା ନାହିଁ। ଖାଦ୍ୟ ସୁରକ୍ଷା ଆଇନରେ ଏହା ପୂର୍ବ ନିର୍ଦ୍ଦାରିତ ହୋଇ ରହିଛି। ସେହି ଅଞ୍ଚଳରେ ଏକ ମାସ ଚାଉଳ ବଣ୍ଟନରେ ବିଳମ୍ବ ହୋଇଥିବାରୁ ସେମାନେ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଥିଲେ। ତେଣୁ ଏହି ଘୋଷଣା ଏକ ଧୂଆଁବାଣ। ଅର୍ନ୍ତଦୋୟ ଅନ୍ନ ଯୋଜନାରେ ପ୍ରତି ପରିବାରକୁ ମାସିକ 35 କିଲୋ ଗ୍ରାମ ଚାଉଳ ମିଳିବା କଥା। ତେଣୁ ଅକ୍ଟୋବର ମାସର କାହିଁକି ପୂର୍ବରୁ କିମ୍ବା ସେହି ମାସରେ ବିଜେପି ସରକାର ପ୍ରଦାନ କରି ନ ଥିଲେ। ଅକ୍ଟୋବର ମାସର ରାସନ କାହିଁକି ନଭେମ୍ବରରେ ପ୍ରଦାନ କରାଗଲା ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି। ଏହା ଏକ ପ୍ରଶାସନିକ ଅପରାଧ। ଯାହା ପରବର୍ତ୍ତୀ ସମୟରେ ଦୁଇ ଜୀବନକୁ ଉଜାଡି ଦେଇଛି। ତେଣୁ ଏହି ଅବହେଳା ପାଇଁ ଦାୟୀ ସମସ୍ତ ଅଂଶୀଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ। ଯଦି ପ୍ରଶାସନ ଅକ୍ଟୋବର ମାସରେ ଚାଉଳ ପ୍ରଦାନ କରିଦେଇଥାଆନ୍ତେ, ତେବେ ଏତେ ବଡ଼ ଅଘଟଣ ଘଟି ନ ଥାନ୍ତା ବୋଲି ଶ୍ରୀ ଜେନା କହିଛନ୍ତି। ତେଣୁ ଜଣ ପିଛା 15 କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉ ବୋଲି ଶ୍ରୀ ଜେନା ଦାବି କରିଛନ୍ତି। ବିଶେଷ କରି ବର୍ଷା ମାସରେ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଏହା ପ୍ରଦାନ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଦାବି କରିଛନ୍ତି। ଅପରପକ୍ଷରେ ଗତକାଲି ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଥିବା ଅନ୍ୟ ଦାବିଗୁଡିକ ଶୀଘ୍ର ପୂରଣ କରିବା ପାଇଁ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ଜେନା ଗତ ନଭେମ୍ବର ଦୁଇ ତାରିଖରେ ସ୍ଥାନୀୟ ଅଞ୍ଚଳ ଗସ୍ତ କରି ଘଟଣାର ଅନୁଧ୍ୟାନ କରିଥିଲେ। ସେହି ଦିନ ପୂର୍ବାହ୍ନରେ ସେ ବ୍ରହ୍ମପୁର ମେଡିକାଲରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଭେଟିବା ସହ ଉପସ୍ଥିତ ଥିବା ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। ମାଣ୍ଡିପକା ଗସ୍ତ ସମୟରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ସହ ଆଲୋଚନା କରିଥିଲେ। ଆଦିବାସୀମାନେ ଖାଦ୍ୟ ଅଭାବରୁ ଖାଉଥିବା ଆମ୍ବ ଟାକୁଆ, କନ୍ଦ, ବିଶାକ୍ତ ଜାଉ ଆଦିକୁ ଶ୍ରୀ ଜେନା ରାଜଭବନରେ ପ୍ରଦର୍ଶନ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026