Home ଓଡ଼ିଶା ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ : ଶିକ୍ଷା ବିଭାଗ କଲା ନିଲମ୍ବିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ । ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଆଜି ପରାସେଟ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ବହିର ଅନ୍ୟ ବିଷୟ ଉପରେ ପାଠ ପଢ଼ାଇ ଆସୁଥିଲେ । ପ୍ରଧାନ ଶିକ୍ଷକ ବିବରାମ ଉଠାଣ ସିଂ ବିଦ୍ୟାଳୟ ସମୟରେ ମଦ୍ୟପାନକୁ ବାରଣ କରିଥିଲେ ମଧ୍ୟ ଶିକ୍ଷକ ଶ୍ରୀ ପରାସେଟ ପ୍ରଧାନ ଶିକ୍ଷକଙ୍କ କଥାକୁ ମାନି ନଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଏନେଇ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତ୍ୟାଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ତୁମୁଡିବନ୍ଧ ବି.ଇ.ଓ ଶ୍ରୀ ଗଡତ୍ୟା ଶିକ୍ଷକ ନିଆଜି ପରାସେଟଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ଏନେଇ ସ୍ଥାନୀୟ ସିଆରସିସି ସିପାନା ମାଝୀ ନିଲମ୍ବିତ ଚିଠିକୁ ସଂପୃକ୍ତ ଶିକ୍ଷକଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ଏହି ଖବର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026