୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ପ୍ରତିଭା ସମ୍ମାନ’ ପାଇବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେ ଖେଳାଳି ତପନ ଗଉଡ଼ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ଗ୍ରାମର ଶ୍ରୀ ଗଉଡ଼ ୨୦୨୨ରେ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ଓ ୨୦୨୩ରେ ଆଇଏମଏଏସ ଏସିଆନ୍ କରାଟେ ଚମ୍ପିୟନସିପରେ ରନର୍ସ ଅପ ହୋଇ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଗୁଜରାଟରେ ଜଣେ କରାଟେ କୋଚ୍ ଭାବରେ ମଧ୍ୟ ସେ ସୁନାମ ଅର୍ଜନ କରିଛନ୍ତି। ୨୦୨୪ ମସିହା ପାଇଁ ‘ଦେବଗିରି କ୍ରୀଡ଼ା ସମ୍ମାନ’ ପାଇବେ ଧର୍ମଗଡ଼ ନିବାସୀ ତେଜନ କୁମାର ଦୁର୍ଗା ।
