ଭୁବନେଶ୍ଵର :-> ଆସନ୍ତା ୯ ତାରିଖରେ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ୍) ଭୁବନେଶ୍ଵର ପକ୍ଷରୁ ଏହାର ସମାବର୍ତ୍ତନ ଉତ୍ସବ- ୨୦୨୪ ଆଇଏମ୍ଏମ୍ଟି-ସିଏସ୍ଇ FCଆର୍ଥ ଅଡିଟୋରିୟମ୍ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ୧୬୮ ଜଣ ସ୍ମାରକ ଏବଂ ୨୮ ଜଣ ସ୍ନାତକତ୍ତୋର ଛାତ୍ରଛାତ୍ରୀଙ୍କ ସମେତ ୧୯୬ ଜଣ ଛାତ୍ରଛାତ୍ରୀ ଡିଗ୍ରୀ ଗ୍ରହଣ କରିବେ। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ନିଫ୍ଟ୍ ର ଡାଇରେକ୍ଟର ଜେନେରାଲ ପ୍ରଦାନ କରିବେ । ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନ, ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ୍) ଭୁବନେଶ୍ଵର ରାଜ୍ୟ ତଥା ଦେଶରେ ଫ୍ୟାସନ ଶିକ୍ଷା କ୍ଷେତ୍ରରେ ନିଜର ବ୍ୟାପକତା ଆଣିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।

