ଦୁଇ ମାସର ପ୍ରାପ୍ୟ ନପାଇ ଧାରଣାରେ ବସିଲେ ଆଶା କର୍ମୀ

୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ସିଏମସି ୫୯ ନମ୍ବର ଓ୍ବାର୍ଡରେ ଥିବା ବମ୍ପକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ଯ କରୁଥିବା ୩୩ ଜଣ ଆଶା କର୍ମୀ ସେମାନଙ୍କ ଦୁଇ ମାସର ପ୍ରାପ୍ୟ ପାଇନଥିବାରୁ ଏହାର ପ୍ରତିବାଦରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଦୀର୍ଘ ୨୦୧୬ ମସିହାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ସିଏମସି ୪ ଗୋଟି ଓ୍ବାର୍ଡର ଆଶା କର୍ମୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି ।

ବମ୍ପକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରଟି ପିପି ମୋଡରେ କାର୍ଯ୍ଯ କରୁଥିବାରୁ ସେମାନଙ୍କ କଥା ରାଜ୍ଯ ସରକାର କିମ୍ବା ଏନଜିଓ ସଂସ୍ଥା ଠିକ୍ ଭାବେ ଦୃଷ୍ଟି ଦେଉନାହାନ୍ତି ବୋଲି ଧାରଣାରେ ବସିଥିବା ଆଶା କର୍ମୀ ମାନେ ଅଭିଯୋଗ କରିଛନ୍ତି। ଏହି ଖବରପାଇ କଟକ ସଦର ଥାନା ପୋଲିସ ଏବଂ ୫୮ ନମ୍ବର ଓ୍ବାର୍ଡ କର୍ପୋରେଟର ଜହ୍ନାର୍ଦ୍ଦନ ପରିଡ଼ା ଆଶା କର୍ମୀ ମାନଙ୍କୁ ଭେଟି ଆଲୋଚନା କରିବା ସହିତ ଏହି ସମ୍ପର୍କରେ କିଭଳି ସମାଧାନ ହୋଇପାରିବ ସେନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଆସନ୍ତା ୧୫ ତାରିଖରେ ଯଦି ଆଶା କର୍ମୀ ଆଣିଥିବା ଅଭିଯୋଗ ପ୍ରତିକାର କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କହିଛନ୍ତି ଆଶା କର୍ମୀ ମାନେ ।

Exit mobile version