Home ଓଡ଼ିଶା କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ନୂଆ ୟୁନିଟ୍ – ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲଗୁଡିକ ମଧ୍ୟରୁ ଅନ୍ୟତମ ଅଟେ । ଶାନ୍ତି ମେମୋରିଆଲ ହସ୍ପିଟାଲର ପ୍ରତିଷ୍ଠାତା ଓ ସିଏମ୍ଡି ଡଃ ଶ୍ରୀଜୟ ପଟ୍ଟନାୟକଙ୍କ ବଡ ଭାଇ ଶ୍ରୀ ଅଶୋକ ପଟ୍ଟନାୟକ ଓ ଭଉଣୀ ଶ୍ରୀମତି ସଞ୍ଜୁକ୍ତା ପଟ୍ଟନାୟକଙ୍କ ଦ୍ୱାରା ଏହି ହସ୍ପିଟାଲର ଉଦ୍ଘାଟନ କରାଯାଇଛି । ଏହି ଉଦ୍ଘାଟନୀ ଅବସରରେ ନିଜ ସାନ ଭାଇ ଶ୍ରୀଜୟ ପଟ୍ଟନାୟକଙ୍କ ସଫଳତାକୁ ପାଳନ କରିବା ଓ ସ୍ମରଣୀୟ କରିବା ପାଇଁ ଏହା ତାଙ୍କ ବଡ ଭାଇ ଓ ଭଉଣୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ ଥିଲା । ଏହି ଅବସରରେ ଡଃ ଶ୍ରୀଜୟ ପଟ୍ଟନାୟକ କହିଛନ୍ତି, “ମୁଁ ଗତ କିଛି ବର୍ଷ ହେବ ସିଡିଏରେ ଏକ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆରମ୍ଭ କରିବା ପାଇଁ ଅନେକ ଅନୁରୋଧ ପାଇଥିଲି, ଯାହାଫଳରେ ଏହି ଅଂଚଳ ଓ ଆଖପାଖ ଅଂଚଳରେ ବାସ କରୁଥିବା ଲୋକମାନେ ସିଡିଏରେ ହିଁ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଉପଲବ୍ଧ ସମାନ ମାନର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ସୁବିଧା ପାଇପାରିବେ । ମୁଁ ଖୁସି ଅନୁଭବ କରୁଛି ଯେ, ଆମେ ଶେଷରେ ସେମାନଙ୍କ ଅନୁରୋଧ ରକ୍ଷା କରିବାକୁ ସକ୍ଷମ ହୋଇପାରିଛୁ ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଶାନ୍ତି ଚିକିତ୍ସା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛୁ ।” ସିଡିଏ ଅଂଚଳରେ ଏକମାତ୍ର ହସ୍ପିଟାଲ ରହିଥିବାରୁ, ଏହି ନୂଆ ହସ୍ପିଟାଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ କେବଳ ସିଡିଏରେ ନୁହେଁ ବରଂ ଢେଙ୍କାନାଳ, ଅନୁଗୂଳ, ଆଠଗଡ ଆଦି ଆଖପାଖ ସହରଗୁଡିକରେ ଅଧିକ ବିକଳ୍ପ ଓ ସୁବିଧା ପ୍ରଦାନ କରିବା । ଏକ ସହଜରେ ପହଂଚଯୋଗ୍ୟ ଦୂରତା ମଧ୍ୟରେ ଶାନ୍ତି ଚିକିତ୍ସା ହସ୍ପିଟାଲ ସହିତ ରୋଗୀମାନଙ୍କୁ ଏବେ ଆବଶ୍ୟକ ସମୟରେ ଏକ ଉନ୍ନତ ହସ୍ପିଟାଲ ପାଇଁ ଅନ୍ୟ ସହରକୁ ଯିବାକୁ ପଡିବ ନାହିଁ । ଏହି ନୂତନ ହସ୍ପିଟାଲ ବିଭିନ୍ନ ବିଭାଗରେ ସମସ୍ତ ପ୍ରକାରର ସେବା ପ୍ରଦାନ କରୁଛି ଏବଂ ଏହାର ରୋଗୀମାନଙ୍କ ପାଇଁ ନିଶ୍ଚିତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ଏଠାରେ ଅତ୍ୟାଧୁନିକ ଉପକରଣ ଏବଂ ଡାକ୍ତର ଓ ଦକ୍ଷ ପାରାମେଡିକ ଷ୍ଟାଫ୍ଙ୍କର ଏକ ଉତ୍ସର୍ଗୀକୃତ ଟିମ୍ ରହିଛି । ଏହି ହସ୍ପିଟାଲରେ ବର୍ତମାନ ୪୯ଟି ବେଡ୍ ରହିଛି ଯେଉଁଥିରେ ଆଇସିୟୁରେ ୯ଟି ବେଡ୍ ଉପଲବ୍ଧ ରହିଛି । ‘ରୋଗୀ ପ୍ରଥମ’ ସଂସ୍କୃତି ହେଉ କିମ୍ବା ଉତମ ମାନର ଚିକିତ୍ସା ପାଇଁ ସୁଲଭ, ବାଧାମୁକ୍ତ ଓ ପ୍ରଭାବୀ ପହଂଚ, ଶାନ୍ତି ଚିକିତ୍ସା ହସ୍ପିଟାଲ , ଶାନ୍ତି ମେମୋରିଆଲ ହସ୍ପିଟାଲ ଭଳି ସମାନ ମଡେଲରେ ପରିଚାଳିତ ହେବ । ଡଃ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, “ଏହା କେବଳ ଆରମ୍ଭ ମାତ୍ର । ଆମର ସ୍ୱାସ୍ଥ୍ୟସେବାର ସ୍ୱତନ୍ତ୍ର ବ୍ରାଣ୍ଡକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଂଚାଇ ଆମେ ଭବିଷ୍ୟତରେ ରାଜ୍ୟର ବିଭିନ୍ନ ଅଂଶରେ ଅଧିକ ହସ୍ପିଟାଲ ଖୋଲିବା ପାଇଁ ଲକ୍ଷ୍ୟ ରଖିଛୁ ।” ଉଦଘାଟନୀ ଉତ୍ସବରେ ଶାନ୍ତି ମେମୋରିଆଲ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଉଦଘାଟନ ଅବସରରେ ଉପସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠୀ କହିଛନ୍ତି ଯେ, “ନଭେମ୍ବର ୫ ତାରିଖରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ରେକର୍ଡ ସଂଖ୍ୟକ ୧୬ଟି ସଫଳ ହୃଦ୍ ରୋଗ ଅସ୍ତ୍ରୋପଚାର କରାଯାଇଛି ।” Categories: ଓଡ଼ିଶା, କଟକ, ବାଣିଜ୍ୟ, ହୋମ୍ Related Content ବ୍ରହ୍ମାକୁମାରୀ ଅନୁଷ୍ଠାନରେ ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନର ଶୁଭାରମ୍ଭ by Proprietor Abhimanyu Maharana August 5, 2026 ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026