Home ଓଡ଼ିଶା ଖୋର୍ଦ୍ଧାରୋଡ଼ ମଣ୍ଡଳର ନଅଟି ରେଳ ଷ୍ଟେସନକୁ “ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ” ପ୍ରମାଣପତ୍ର ପ୍ରଦାନ କରାଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ସ୍ୱଚ୍ଛ ଏବଂ ସବୁଜ ପରିବେଶ ସହିତ ଯାତ୍ରୀ ଏବଂ ଆନୁସଙ୍ଗିକ ସେବା ଯୋଗାଇବା ପାଇଁ , ଆଇଏସଓ 14001: 2015 ସାର୍ଟିଫିକେଟ୍। ଉନ୍ନତ ପରିବେଶ ପ୍ରଦର୍ଶନ ପାଇଁ, ଖୋର୍ଦ୍ଧାରୋଡ୍ ମଣ୍ଡଳର ନଅଟି ରେଳ ଷ୍ଟେସନକୁ “ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର” ପ୍ରଦାନ କରାଯାଇଛି। ଏହି ଷ୍ଟେସନ ଗୁଡ଼ିକ ହେଲା ପୁରୀ, ଭୁବନେଶ୍ୱର,ଖୋର୍ଦ୍ଧା ରୋଡ୍, ପଲାସା, ବାଲୁଗାଁ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, କଟକ, ବ୍ରହ୍ମପୁର ଷ୍ଟେସନ୍ ରହିଛି। ଏହି ଷ୍ଟେସନଗୁଡ଼ିକୁ ସ୍ୱଚ୍ଛ ଓ ସବୁଜ ପରିବେଶ ସହିତ ଯାତ୍ରୀ ମାନଙ୍କୁ ଆନୁଷଙ୍ଗିକ ସେବା ଯୋଗାଇ ଦିଆଯାଉଛି,ତାହା ସହ ପରିବେଶ ସହିତ ଷ୍ଟେସନ ପରିସରରେ ଅନ୍ୟାନ୍ୟ ସେବା ଯେପରିକି ଟ୍ରେନ୍ ପରିଚାଳନା, ସିଗନାଲ ଏବଂ ଟେଲିକମ୍, ଷ୍ଟେସନ ରକ୍ଷଣାବେକ୍ଷଣ, ସର୍ବସାଧାରଣଙ୍କ ଉପଯୋଗିତା ସହିତ ଯାତ୍ରୀ ଟିକେଟ୍ ବୁକିଂ ଏବଂ ଅନ୍ୟାନ୍ୟ ଯାତ୍ରୀ ସୁବିଧାକୁ ଅନ୍ତର୍ଭୁକ୍ତ କରାଯାଉଛି। ଆଇଏସଓ 14001: 2015 ପ୍ରମାଣପତ୍ର ହେଉଛି ପରିବେଶ ପରିଚାଳନା ସିଷ୍ଟମ (ଇ ଏମ୍ ଏସ୍) ପାଇଁ ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନକ। ରେଳ ଷ୍ଟେସନରେ ଉନ୍ନତ ପରିବେଶ କାର୍ଯ୍ୟଦକ୍ଷତା ପାଇଁ, ବର୍ଜ୍ୟବସ୍ତୁ ହ୍ରାସ, ଶକ୍ତି ସଂରକ୍ଷଣ, ଉତ୍ସକୁ ଅଧିକ ଦକ୍ଷତାର ସହିତ ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ରଣନୀତିର ସହିତ ପୁନଃ ବ୍ୟବହାର, ହ୍ରାସ ଓ ଦାୟିତ୍ଵ ସମ୍ପନ୍ନ ନିଷ୍କାସନ ପାଇଁ ଏହି ଷ୍ଟେସନଗୁଡିକ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଥାର୍ଡ ପାର୍ଟି, ଜାତୀୟ ଏଜେନ୍ସି ଏନଭୋ ଗ୍ରୀନ୍ ମ୍ୟାନେଜମେଣ୍ଟ, କଟକ, ଦ୍ୱାରା ସର୍ଭେ ଏବଂ ଅଡିଟ୍ ପରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ନଅଟି ରେଳ ଷ୍ଟେସନକୁ ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ରେଲୱେ ଷ୍ଟେସନକୁ ପରିବେଶ ଅନୁକୂଳ କରିବା ପାଇଁ, ମେକାନିକାଲ୍ ବିଭାଗର, ଏନଭାୟାରମେଣ୍ଟାଲ ହାଉସକିପିଂ ମ୍ୟାନେଜମେଣ୍ଟ (ଇ.ଏନ୍.ଏଚ.ଏମ) ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026