୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ମୁଁ ଜୁନିୟର କଲେଜ ପ୍ରିନ୍ସପାଲ କହୁଛି, ଆଗକୁ ପୁଅର ପରୀକ୍ଷା ଅଛି। ପାଞ୍ଚ ହଜାର ଟଙ୍କା ଦେଲେ ପରୀକ୍ଷାରେ ମାର୍କ ମିଳିବା ପାଇଁ ବ୍ୟବସ୍ଥା କରାଯିବ।’ ଏଭଳି ଫୋନ ଆସୁଛି ଫୁଲବାଣୀ ସରକାରୀ ଜୁନିୟର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ପାଖକୁ। ଟଙ୍କା ଆଦାୟର ଏଭଳି ଏକ ନୂଆ ପନ୍ଥା ଆପଣେଇଛନ୍ତି ସାଇବର ଠକ l ମହାବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଖକୁ ଏମିତି ଫୋନକଲ ଆସିଥିବା ଜଣାପଡିଛି । ସୂଚନା ଅନୁସାରେ, କଲେଜରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ରତଙ୍ଗ ପଞ୍ଚାୟତ ଲଦା ଗ୍ରାମର ଛାତ୍ର କ୍ରିଷ୍ଣା ମାଝୀଙ୍କ ବାପା ସଞ୍ଜୟ ମାଝୀଙ୍କ ପାଖକୁ ୬୩୭୦୮୭୧୭୨୮ ନମ୍ବରରୁ ଏକ କଲ୍ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ କଲେଜ ଅଧ୍ୟକ୍ଷ ବୋଲି ପରିଚୟ ଦେଇ ପୁଅର ପରୀକ୍ଷାରେ ସହାୟତା ପାଇଁ ପାଞ୍ଚ ହଜାର ଟଙ୍କା ମାଗିଥିଲା ।

