Home ଅପରାଧ ବିଜେଡି ପତକା ଚିରି ନଷ୍ଟ ଅଭିଯୋଗ, ଥାନାରେ ଏତାଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ବିଜେଡି ପକ୍ଷରୁ ସ୍ଥାନୀୟ ପୈରାଞ୍ଚଳରେ ପଦଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଏଥି ସକାଶେ ଦଳ ପକ୍ଷରୁ ସୋମବାର ରାତିରେ ଦଳୀୟ କର୍ମୀ ମାନେ ପୈାରାଞ୍ଚଳର ବିଭିନ୍ନ ସ୍ଥାନରେ ଏବଂ ୫୯ ନଂ ଜାତୀୟ ରାଜପଥ ମେଡିୟାନରେ ଦଳୀୟ ପତାକା ତୋରଣରେ ସୁସଜ୍ଜିତ କରିଥିଲେ। ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ସହରରେ ଲାଗିଥିବା ବିଜୁ ପଟ୍ଟନାୟକ ଛକ ଠାରୁ ବ୍ଳକ ଛକ ପର୍ଯ୍ୟନ୍ତ ଲଗାଯାଇଥିବା ଦଳୀୟ ପତକା ଓ ବାନାମାଳକୁ ଚିରି ନଷ୍ଟ କରିବା ସହ ରାସ୍ତାରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ବିଜେଡି କର୍ମୀ ଏଭଳି ଘଟଣା ଦେଖି ବିରୋଧି ଗୋଷ୍ଠୀ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରିଛନ୍ତି। ଘଟଣା ନେଇ ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି। ଘଟଣା ପରେ ଦଳୀୟ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରେ ସଂପୃକ୍ତ ଦୁବୃର୍ତ୍ତଙ୍କୁ ଗିରଫ କରିବାକୁ ଦଳୀୟ କର୍ମୀ ଦାବି କରିଛନ୍ତି। ଏଭଳି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯିବା ଆଶଙ୍କା ରହିଛି। Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ by Proprietor Abhimanyu Maharana September 17, 2026 ପଶ୍ଚିମ ଓଡ଼ିଶାରେ ସୌର ଶକ୍ତିର ପ୍ରସାର ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ‘ସୋଲାର ରଥ’ର ଶୁଭାରମ୍ଭ କଲେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ by Proprietor Abhimanyu Maharana September 17, 2026 Hon’ble MP Dharmendra Pradhan Flags Off TPWODL’s ‘Solar Rath’ to Accelerate Rooftop Solar Adoption in Western Odisha by Proprietor Abhimanyu Maharana September 17, 2026 ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026