୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା। ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ନଗର ଓ ବ୍ଲକ ବିଜେଡ଼ି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବିଜେଡ଼ି ନଗର ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ବରେ ବଇଁଚ ବଣିଆ ଡାକ ବଙ୍ଗଳା ଠାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ବାଦ୍ୟ ବାଜଣା ସହ ଏକ ବିଶାଳ ପଟୁଆରରେ ଆସି ବିଜୁ ପଟ୍ଟନାୟକ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟାର୍ପଣ କରି ବିଜେପି ବିରୋଧୀ ନାରା ଦେଇ ସହର ପରିକ୍ରମା କରିଥିଲେ।

