୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗିରିପୋଷି :-> ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ ନଂ ଜାତୀୟ ରାଜପଥ ମାଆ ଦ୍ଵାରଶୁଣି ଘାଟି ରାସ୍ତା ରେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ମାସ ମାସ ବିତି ଯାଇଥିଲେ ସୁଦ୍ଧା ଠିକା କମ୍ପାନୀ ର ମନମୁଖୀ ଏବଂ ମନ୍ଥର ଗତି ରେ କାର୍ଯ୍ୟ ଯୋଗୁଁ ଘାଟି ରାସ୍ତା ଅଧିକାଂଶ ସମୟ ରେ ଜାମ ରହିବା,ଛୋଟ ବଡ ଦୁର୍ଘଟଣା ମାନ ଘଟିବା , ଶାସନ ପ୍ରଶାସନ ମଧ୍ୟ ଏସବୁ କୁ ନିଘା ନ ଦେବା ଏସବୁ ସମସ୍ୟା କୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ର ଏକମାତ୍ର ଅଗ୍ରଣୀ ଯୁବ ଓ ଛାତ୍ର ସଂଗଠନ ତଥା ମୟୂରଭଞ୍ଜ ର ଜାଗ୍ରତ ପ୍ରହରୀ ଭଞ୍ଜସେନା ୨୬ ସେପ୍ଟେମ୍ବର ଗୁରୁବାର ସକାଳ ୬ ଘଟିକା ରୁ ଜାତୀୟ ରାଜମାର୍ଗ ୪୯ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହରତାଳ କରାଯିବା ନେଇ ଘୋଷଣା କରିଥିଲା କିନ୍ତୁ ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୨୦ ପ୍ରଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କର ଅମିନ,
ଆର ଆଇ ଏବଂ ଅନlନ୍ୟ ପରୀକ୍ଷା ରହୁଥିବାରୁ ବାଙ୍ଗିରିପୋଷି ଏବଂ ବିଶୋଇ ଅଞ୍ଚଳର ଜନସାଧାରଣ ତଥା ଅଭିଭାବକଗଣ ଭଞ୍ଜ ସେନା ନେତୃବୃନ୍ଦ ଙ୍କୁ ଅକ୍ଟୋବର ୨୦ ପ୍ରଯ୍ୟନ୍ତ ଉକ୍ତ ହରତାଳ କୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ତେଣୁ ମୟୂରଭଞ୍ଜ ର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ଏବଂ ଅଭିଭାବକ ଙ୍କ ଲିଖିତ ଅନୁରୋଧ ରକ୍ଷା କରି ଭଞ୍ଜ ସେନା ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ଜେନା ସେପ୍ଟେମ୍ବର ୨୬ ରେ ହେବାକୁ ଥିବା ହରତାଳ କୁ ଆଗାମୀ ଅକ୍ଟୋବର ୨୦ ତାରିଖ ପ୍ରଯ୍ୟନ୍ତ ସ୍ଥଗିତ ରଖିବା ନେଇ ନିର୍ଣ୍ଣୟ ନେଇଥିଲେ କିନ୍ତୁ ଆଜି ନଭେମ୍ବର ୫ ତାରିଖ ପ୍ରଯ୍ୟନ୍ତ ଘାଟି ରାସ୍ତା ମରାମତି ଏଵଂ ସମ୍ପ୍ରସାରଣ ଦିଗରେ କୌଣସି ନେତା ଶାସନ କି ପ୍ରଶାସନ ନିଘା ନ ଦେବା ଏଵଂ ଘାଟି ରାସ୍ତା ସମସ୍ୟା ର ସମାଧାନ ଦିଗରେ ନୀରବ ରହିବା ଆମ ମୟୂରଭଞ୍ଜ ପାଇଁ ଦୁଃଖ ଓ ପରିତାପ ର ବିଷୟ କିନ୍ତୁ ମୟୂରଭଞ୍ଜ ର ଜାଗ୍ରତ ପ୍ରହରୀ ଭଞ୍ଜ ସେନା ତାର ସ୍ଥଗିତ ଆନ୍ଦୋଳନ କୁ ପୁଣି ଥରେ ହାତ କୁ ନେଇଛି l
