୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ପାଠପଢା ସହିତ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଆରମ୍ଭ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ର ଉଦ୍ଘାଟନ ସୋମବାର ଦିନ ମାନ୍ୟବର ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କର କମଳରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ହୋଇଯାଇଅଛି l ‘ଓଡିଶାର ଲୋକକଳା’ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଗୋଟି ବ୍ଲକରୁ ପ୍ରାୟ ୯୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଓ ଶ୍ରୀମତୀ ଦୀପ୍ତି ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।
ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ଭାରତୀ ହାଁସଦା ଓ ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରକାଶ ସୋରେନ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ଉଦଘାଟନୀ ଓ ଉଦଯାପନୀ ସଭାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଓ ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ, ଶ୍ରୀଯୁକ୍ତ ନିରଞ୍ଜନ ନାୟକ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକ ମଧ୍ୟରୁ ଅଂଶଗ୍ରହଣ କରିଥିବା ୯୦୦ପ୍ରତିଯୋଗୀ ୨୯ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ ଓ ସେଥି ମଧ୍ୟରୁ ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏଥିମଧ୍ୟରୁ ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧୪ ତାରିଖରେ ଭୁବନେଶ୍ଵରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶ ଗ୍ରହଣ କରିବେ ।
ଚତୁର୍ଥ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଭିନ୍ନ ବର୍ଗ ଯଥା–ଏକାଦଶ ରୁ ଦ୍ଵାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର ବିତର୍କରେ ଲକ୍ଷ୍ମୀପ୍ରିୟା ଖିଲାର, ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖୁଣ୍ଟା, ପ୍ରବନ୍ଧରେ ଚାନ୍ଦନୀ ବିନ୍ଧାଣି, ଡି. ଏଲ. ମହାବିଦ୍ୟାଳୟ, ବହଳଦା, ଚିତ୍ରାଙ୍କନରେ ସୌମ୍ୟା ସୁରେଖା ପୃଷ୍ଟି, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୋରୁଡବସ।, ବେତନଟୀ, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ରସିଦ। ପରୱିନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁର, କୁଇଜରେ ସମିତ ଗିରି, ଓଡିଶା ଆଦର୍ଶ ବିଦ୍ୟାଳୟ, ଝ।ଡଗାଁ, ବହଳଦା, ସୃଜନଶୀଳ ଲିଖନରେ କୃଷ୍ଣା ପଣ୍ଡା ସାରସ୍ଵତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଆମରା, ଗୋପବନ୍ଧୁ ନଗର, ବକ୍ତୃତାରେ, ବନାନୀ ବେହେରା, ଏମ. ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ, ସଙ୍ଗୀତରେ ସାଗର ହେମ୍ବ୍ରମ, ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଗୁରୁବାରି ମୁର୍ମୁ, ବାବା ଜଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ, ଛୋୟରାୟପୁର, ମୋରଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
