୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ସାହି :-> ବଡ଼ସାହି -ବଡ଼ସାହି ନିର୍ବାଚନ ମଣ୍ଡଳୀର 24ନଂ ଜୋନରେ ବିଜେଡି ର ଜନ ସମ୍ପର୍କ ପଦ ଯାତ୍ରା ହଜାର ହଜାର ସାମର୍ଥକ ଗହଣ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ଏହି ଯାତ୍ରା ର ଉଦେଶ୍ୟ ବିଷୟରେ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ୨୪ବର୍ଷ ବିଜେଡି ସରକାରର ସଫଳତା ଏବଂ ପାଞ୍ଚ ମାସର ସରକାରର ବିଫଳତା ବିଷୟରେ ଲୋକମାନେ ସଠିକ ବୁଝି ସାରିଲେଣି ବୋଲି ବଡ଼ସାହି ବ୍ଲକ ସଭାପତି ତପନ କୁମାର ପତି ଓ ପୂର୍ବତ୍ତନ ବିଧାୟକ ଗଣେଶ୍ୱର ପାତ୍ର, ଶାସନରେ ଥିବା ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ । ନିର୍ବାଚନ ବେଳେ ଲୋକ ମାନଙ୍କୁ ଦେଇଥିବା ଇସ୍ତାହାର ଗୋଟିଏ ବି ଏ ଯାଏଁ କାର୍ଯ୍ୟକାରୀ କରିନାହାନ୍ତି ବୋଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ରେ ଅସନ୍ତୁଷ୍ଟ ମତବ୍ୟକ୍ତ ହୋଇଛି ।
