୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ “ଦି ପ୍ରୋଟେକ୍ସନ ଅଫ ହୁମ୍ୟାନ ରାଇଟ୍ସ ଆକ୍ଟ-୧୯୯୩” ସଂକଳିତ ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଦ୍ୱାରା ସଂକଳିତ ଏହି ପୁସ୍ତକକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ମାନବାଧିକାର ସୁରକ୍ଷା ଆଇନ, ଓଡ଼ିଶା ମାନବାଧିକାର ଆୟୋଗ ନିୟମାବଳୀ- ୨୦୦୩, ଓଡ଼ିଶା ମାନବାଧିକାର ଆୟୋଗ (ଅଧ୍ୟକ୍ଷ ଓ ସଭ୍ୟଙ୍କ ବେତନ, ଭତ୍ତା ଓ ସର୍ତ୍ତାବଳୀ) ନିୟମ- ୨୦୦୩, ଜାତୀୟ ମାନବାଧିକାର ଆୟୋଗ ନିୟମାବଳୀ- ୧୯୯୪, ଜାତୀୟ ମାନବାଧିକାର ଆୟୋଗ (ବାର୍ଷିକ ହିସାବ ବିବରଣୀ) ନିୟମାବଳୀ- ୧୯୯୬,

