୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ତେଲଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟା ୭ ଟା ସମୟରେ ଏକ ଅଜଣା ଗାଡ଼ି ଏକ ସ୍କୁଟି ଚାଳକକୁ ଧକ୍କା ଦେବାରୁ ସେ ରାସ୍ତା ଉପରେ ପଡି ଯାଇଥିଲେ । ଯିହାଫଳରେ ଗାଡ଼ି ଚକା ସ୍କୁଓ ଚାଳକ ମୁଣ୍ଡ ଉପରେ ମାଡ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକର ନାମ ସଠିକ ଭାବେ ଜଣା ପଡ଼ି ନଥିଲେ ମଧ୍ୟ ତାଙ୍କ ଗାଡ଼ି ନମ୍ବର ରୁ ଜଣାପଡିଛି ଯେ, ଭୁବନେଶ୍ୱର ଖାରବେଳ ନଗର ଥାନା ଶାନ୍ତି ନଗର ବସ୍ତିର ସେକ ସଲିମ ।

