Home ଓଡ଼ିଶା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା ଧାର୍ଯ୍ୟ ଲକ୍ଷ୍ୟର ଶତ ପ୍ରତିଶତ ସଫଳତା ପାଇଁ କାର୍ଯ୍ୟ କରନ୍ତୁ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟାକରିତା ଓ ସୁଫଳ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି । ଭୁବନେଶ୍ୱରସ୍ଥିତ ପ୍ରାଣିଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ବୈଠକରେ ପୂର୍ବାହ୍ନରେ ମତ୍ସ୍ୟ ନିର୍ଦ୍ଦେଶାଳୟ ପ୍ରାୟୋଜିତ ବିଭିନ୍ନ ଯୋଜନା ଓ ଅପରାହ@ରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ବିଷୟରେ ମନ୍ତ୍ରୀ ସମୀକ୍ଷା କରି ବିଭିନ୍ନ ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟର ଶତ ପ୍ରତିଶତ ସଫଳତା ହାସଲ କରିବା ପାଇଁ ଅଧିକରୁ ଅଧିକ କାର୍ଯ୍ୟାଦେଶ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା ଆଦିରେ ଆବଶ୍ୟକୀୟ ଲକ୍ଷ୍ୟ ହାସଲ କରି ଗୋପାଳକ, ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣୀପାଳକମାନଙ୍କ ଜୀବିକା ଓ ଆୟବୃଦ୍ଧିରେ ସହାୟକ ହେବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । ଗ୍ରାମାଞ୍ଚଳ କୃଷକମାନଙ୍କ ପାଖରେ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଇବା ପାଇଁ ଯୋଜନା ବ୍ୟୟ ବୃଦ୍ଧି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ ହିତାଧିକାରୀ ଚୟନରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଯୋଗଦାନ ଓ ପରାମର୍ଶ ନିଶ୍ଚିତ କରିବା ଆବ ଶ୍ୟକ । ବ୍ଲକ୍ ସ୍ତର ରେ କାର୍ଯ କରୁଥିବା ବ୍ଲକ୍ ପ୍ରାଣିଚିକିତ୍ସା ଅଧିକାରୀ ଏବଂ ଅତରିିକ୍ତ ମତ୍ସ୍ୟ ଅଧିକାରୀମାନେ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବା ବାଞ୍ଛନୀୟ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗରେ ଭିତ୍ତିଭୂମି ଉନ୍ନୟନ ପାଇଁ ଅନେକ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ କରାଯାଉଛି । ସେସବୁର ଉଚିତ ତଦାରଖ କରିବାକୁ ନିର୍ଦ୍ଦେଶାଳୟ ସ୍ତରୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା, ଶିକ୍ଷା ଓ ସଂଚାର ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ହେବ । ଗ୍ରାମାଞ୍ଚଳରେ ସଚେତନତା ଯାନ ଚଳାଇ ଲୋକଙ୍କୁ ମତ୍ସ୍ୟଚାଷ ଓ ପ୍ରାଣିପାଳନ ସମ୍ବନ୍ଧୀୟ ସରକାରୀ ସହାୟତା ବିଷୟରେ ସୂଚନା ଦେବା ଆବଶ୍ୟକ । ରାଜ୍ୟ ଓ ଜିଲ୍ଲା ସ୍ତରରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ହେଉଥିବା ମେଳା ଓ ସମାବେଶଗୁଡ଼ିକ ବ୍ଲକ ସ୍ତରକୁ ସମ୍ପ୍ରସାରିତ କରିବାକୁ ମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରାଣିକଲ୍ୟାଣ କାର୍ଯକ୍ରମକୁ ବ୍ୟାପକ କରିବା ଉଦ୍ଦେଶ୍ୟରେୁ ଅସହାୟ ପ୍ରାଣୀଙ୍କ ନିମନ୍ତେ ନୂତନ ଗୋଶାଳା ଓ ଆଶ୍ରୟ ସ୍ଥଳ ପ୍ରତିଷ୍ଠା, ଅଧିକ ପ୍ରାଣୀ ଅମ୍ବୁଲାନ୍ସର ବ୍ୟବସ୍ଥା, ପଞ୍ଜିକୃତ ସମସ୍ତ ଗୋଶାଳାକୁ ଅନୁଦାନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ । ବୈଠକରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦେଶକ ରାମାଶିଷ ହାଜରା ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି : ୧୬ ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା by Proprietor Abhimanyu Maharana October 13, 2026 ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026