Home ଓଡ଼ିଶା ୟୁକେସ୍ଥିତ ଭାରତୀୟ ହାଇ-କମିଶନରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ – ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ କରିବା ଦିଗରେ ଆଲୋଚନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କେଣ୍ଟରେ ଚିଲିକା ରେସ୍ତୋରାଁକୁ କଲେ ଉଦ୍ଘାଟନ ୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବା ଦିଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ୟୁନାଇଟେଡ୍ କିଙ୍ଗଡ଼ମ୍ ଗସ୍ତ କରିଛନ୍ତି । ଏହି କ୍ରମରେ ୟୁନାଇଟେଡ୍ କିଙ୍ଗଡମ୍ରେ ଅବସ୍ଥିତ ଭାରତୀୟ ହାଇ-କମିଶନର ଶ୍ରୀ ବିକ୍ରମ ଦୋରାଇସ୍ୱାମୀଙ୍କୁ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ଏଥି ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା, ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ, ଅତିରିକ୍ତ ଶାସନ ସଚିବ, ଶ୍ରୀ ଅନୁପମ ସାହା ପ୍ରମୁଖ ବରିଷ୍ଠ ଅଧିକାରୀ ଏହି ସାକ୍ଷାତକାରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୟୁନାଇଟେଡ୍ କିଙ୍ଗଡମ୍ ଏବଂ ୟୁରୋପିଆନ ପରିଦର୍ଶକଙ୍କ ମଧ୍ୟରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ, କଳା ଓ ସୌନ୍ଦର୍ଯ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ହାଇ-କମିଶନର ଶ୍ରୀ ଦୋରାଇସ୍ୱାମୀ ଟୁର୍ ଅପରେଟର୍ ଏବଂ ଡେଷ୍ଟିନେସନ୍ ମ୍ୟାନେଜମେଣ୍ଟ କମ୍ପାନୀ (DMCs)ର ସହଭାଗିତା, ସହଯୋଗରେ ଓଡ଼ିଶାର ପର୍ଯ୍ୟଟନକୁ ଲୋକାଭିମୁଖୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ନୀତି ସମ୍ପର୍କରେ ଆଲୋକପାତ କରିଥିଲେ, ଯାହା ନିବେଶକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିଆସିଛି । ବିଶେଷ କରି ଇକୋ ଟୁରିଜିମ୍, ଐତିହ୍ୟ ପର୍ଯ୍ୟଟନ, ସ୍ୱଚ୍ଛତା କ୍ଷେତ୍ରକୁ ସେ ପ୍ରାଧାନ୍ୟ ଦେଇଥିଲେ । ସେ ଓଡ଼ିଶାର ଅନନ୍ୟ ସମ୍ପଦ ଯଥା ବିସ୍ତୀର୍ଣ୍ଣ ବେଳାଭୂମି, ଘଞ୍ଚ ଅରଣ୍ୟ, ଅଭୟାରଣ୍ୟ, ମନ୍ଦିର, ସମୃଦ୍ଧ ହସ୍ତଶିଳ୍ପ ଓ କଳା ଉପରେ ଆଲୋକପାତ କରିଥିଲେ । ଅନ୍ୟପକ୍ଷେ, ଏସିଆର ସର୍ବବୃହତ ଖାରିଜଳ ହ୍ରଦ ଚିଲିକାରୁ ଅନୁପ୍ରାଣିତ ହୋଇ ୟୁନାଇଟେଡ୍ କିଙ୍ଗଡମ୍ ସ୍ଥିତ କେଣ୍ଟ ଠାରେ ‘ଚିଲିକା’ ନାମକ ଏକ ରେସ୍ତୋରାଁକୁ ଉଦ୍ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ଉକ୍ତ ରେସ୍ତୋରାଁରେ ଭାରତୀୟ ଖାଦ୍ୟ ସହିତ ଓଡ଼ିଶାର ସମୃଦ୍ଧ ଖାଦ୍ୟପେୟ ମଧ୍ୟ ସ୍ଥାନ ପାଇଛି । ବେକ୍ସଲେର ମେୟରଙ୍କ ସମେତ କାଉନସିଲର ପ୍ରମୁଖ ଏବଂ ଓଡ଼ିଶା ସୋସାଇଟି ଅଫ୍ ୟୁକେର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଗହଣରେ ଯୋଗଦେଇ ଓଡ଼ିଶାର ସଂସ୍କୃତିର ସନ୍ଦେଶ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ସୂଚନାଯୋଗ୍ୟ, ଓଡ଼ିଶାର ସ୍ୱତନ୍ତ୍ର ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ ୱାର୍ଲï ଟ୍ରାଭେଲ୍ ମାର୍କେଟ (WTM) ଲଣ୍ଡନ- ୨୦୨୪ ରେ ଅଂଶଗ୍ରହଣ କରିଛି ଓଡ଼ିଶା ପର୍ଯ୍ୟଟନ । ଏହି କାର୍ଯ୍ୟକ୍ରମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପ୍ରଚାରପ୍ରସାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଓଡ଼ିଶା ଏବଂ ୟୁନାଇଟେଡ୍ କିଙ୍ଗଡମ୍ ମଧ୍ୟରେ ସାଂସ୍କୃତିକ ବିନିମୟ ଓ ବିନିଯୋଗରେ ସୁଯୋଗ ସୃଷ୍ଟି କରିବ ବୋଲି ଆଶା । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026