୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ୨୦୨୫ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟକଲା ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ।ଓସିଏ ସମ୍ମିଳନୀ କକ୍ଷରେ ଆଜି ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଗ୍ୟାଲେରୀ ନମ୍ବର ୧ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୨ ପାଇଁ ୧୦୦୦, ୩ ପାଇଁ ୧୨୦୦, ୪ ପାଇଁ ୧୦୦୦, ୫ ପାଇଁ ୧୫୦୦,୬ ପାଇଁ ୧୨୦୦ ଓ ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

