୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଥାନା ଅନ୍ତର୍ଗତ ତଥା କାକଟପୁର ବ୍ଲକ ଅବଦାନ ପଞ୍ଚାୟତ ସିଂହାରପାଳ ଓ ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ତଣ୍ଡାହର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ମତ୍ସ୍ୟଚାଷ ସମ୍ବଧିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସହକାରିତା ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଜାତୀୟ ସହକାରୀ ଉନ୍ନୟନ ନିଗମ (ଏନସିଡ଼ିସି) ଓଡିଶା ପକ୍ଷରୁ ପରିଚାଳନା ହୋଇଥିଲା ।

