ଜୟପୁରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜୟପୁର  :-> ଅକ୍ଟୋବର ୨୮ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଅଛି। ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ଜୟପୁର ଶାଖା ଦ୍ୱାରା ଏକ ସଚେତନତା ରାଲି ସ୍ଥାନୀୟ ରାଜାନଗର ଚକା ଠାରୁ ଦୁର୍ନୀତି ନିବାରଣ କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନ ର ଶୀର୍ଷକ ହେଉଛି ” ସତୁନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧି ର ଭିତ୍ତିଭୂମି” ବା “culture of integrity for Nations Prosperity” ।

ଏହି ରାଲିରେ ଦୁର୍ନୀତି ନିବାରଣ ଅଧିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦ୍ଵିବେଦୀ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ସମ୍ୟକ ସୂଚନା ଦେବା ସହିତ ଦୁର୍ନୀତି କୁ ହଟାଇବା ନିମନ୍ତେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ଏବଂ ପ୍ରତ୍ୟେକ ଜନ ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚୋଟ୍ଟତାର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ନିଜ ବକ୍ତବ୍ୟ ରଖିଥିଲେ।

ଏହି ଭିଜିଲାନ୍ସ ସଚେତନତା ରାଲିରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ CDO, ଜୟପୁର, ଅତିରିକ୍ତ SP ଜୟପୁର, ଭ।ରପ୍ରାପ୍ତ ପୋଲିସ୍ ଅଧିକାରୀ ଶ୍ରୀ ଈଶ୍ଵର ତାଣ୍ଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶକ୍ତି ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦ ଗାଦବା, ଜିଲ୍ଲା ସାଂସ୍କୃତିକ ଅଧିକାରୀ ପ୍ରୀତିସୁଦ୍ଧା ଜେନା, ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ, ଜେଲ ଅଧିକ୍ଷକ ଉମାଶଙ୍କର ମାଝୀ ଓ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, କଲେଜ ଓ ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟର NCC ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ସେୱା ଗ୍ରୁପ, ଲାୟନ୍ସ ଗ୍ରୁପ ଜୟପୁର ଭିଜିଲାନ୍ସ ବିଭାଗର ସମସ୍ତ କର୍ମଚାରୀ ଓ ସାମ୍ବାଦିକ ପ୍ରମୁଖ ଆଦି ଯୋଗ ଦେଇଥିଲେ ।

Exit mobile version