୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସୁକିନ୍ଦା /କାଳିଆପାଣି :-> ଦୀର୍ଘ ୫ ଦଶନ୍ଧି ପରେ ପାରିବାରିକ ରାଜନୀତି ରେ ପୂର୍ଣ୍ଣଛେଦ ଲାଗିଛି, ପରିବର୍ତ୍ତନ ଦେଖିବାକୁ ମିଳିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ , ଘଡେଇ ପରିବାର ଏକାଧିକ ବାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବାଜିମାତ କରି ଆସୁଥିବା ପରେ ଆଖି ଦୃଷ୍ଟିଆ କାର୍ଯ୍ୟ ସୁକିନ୍ଦା ରେ ଦେଖା ଦେଲାନାହିଁ । ଯାହାକି ସୁକିନ୍ଦା ବାସୀ ଆଜି ପାରିବାରିକ ରାଜନୀତି ରେ ରୋକ ଲଗାଇ ସୁକିନ୍ଦା ର ଦାଇତ୍ଵ କୁ ବିଧାୟକ/ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କୁ ଟେକି ଦେଇଥିବା ଦେଖିବାକୁ ମିଳିଛି । ବିଗତ ବର୍ଷ ରୁ ବିଜୁ ଜନତା ଦଳ ରେ କଣ ଠେସା ହୋଇ ରହି କାର୍ଯ୍ୟ କରି ଆସୁଥିବା କର୍ମୀ ଓ ସୁକିନ୍ଦା ଖଣି ଅଞ୍ଚଳ ର ବହୁ ପୁରୁଣା ସଂଗଠନ (ସୁକିନ୍ଦା କ୍ରମାଇଟ ଖଦାନ ମଜଦୁର ସଂଘ ) ରେ ଉତପ୍ରତଃ ଭାବେ ଜଡ଼ିତ ଥିବା ଶ୍ରମିକ ମାନେ ଆଜି ଏହି ସଂଗଠନ ରୁ ବିଦାୟ ନେଇଥିବା ଦେଖିବାକୁ ମିଳିଛି ।
