ବାଙ୍କୀ ବିଜେଡିର ଜନସଂପର୍କ ପଦଯାତ୍ରା

୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବିଜୁଜନତାଦଳ ପକ୍ଷରୁ ଆଜି ଏନ୍‌.ଏ.ସି ଅନ୍ତର୍ଗତ ଶିଶଆ ଗ୍ରାମ ଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଶିଶୁଆ ଗ୍ରାମ ଠାରେ ସ୍ଥାପିତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ସ୍ୱର୍ଗତ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାଙ୍କୀ ଏନ୍‌.ଏ.ସି , ବାଙ୍କୀ ଓ ଡମପଡ଼ା ବ୍ଲକର ବିିଭିନ୍ନ ୱାର୍ଡର ହଜାର ହଜାର ବିଜୁ ପ୍ରେମୀ ପଦଯାତ୍ରାରେ ସାମିଲ୍ ହୋଇଥିଲେ । ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏହି ପଦଯାତ୍ରାର ଶୁଭାରାମ୍ଭ କରି ମୁଖ୍ୟରାସ୍ତାରେ ପଦଯାତ୍ରା କରି କଚେରୀ ପଡିଆରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ କର୍ମୀମାନେ ପଦଯାତ୍ରାରେ ଯାଇ ବାଙ୍କୀ ସହର ମେଡିକାଲ୍ ଛକ ଠାରେ ପହଞ୍ôଚଥିଲେ ।ସେଠାରେ ଏକ ସଭା ଉପନଗରପାଳ ସନ୍ତୋଷ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବର୍ତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ କୁମାର ତ୍ରପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେବା ସହିତ ଜନସଂପର୍କ ଯୋଡିବା , ଲୋକଙ୍କ ସ୍ୱରକୁ ଦୁର୍ନିତି ବିରୁଦ୍ଧରେ ଶାଣିତ କରିବା ସହ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟକୁ ଜନମାନସରେ ଉଦ୍‌ଯିପିତ କରିବା , ଘରେ ଘରେ ତାଙ୍କର ଲୋକପ୍ରିୟତାକ ପହଞ୍ଚାଇବା ଲାଗି ଏହି ପଦଯାତ୍ରାର ଆଭିମୁଖ୍ୟ ଥିଲା ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନର ଡବଲ ଇଂଜିନ୍ ବିଜେପି ସରକାର ଏକ ମିଛୁଆ ସରକାର ବୋଲି ସେ କହିଥିଲେ ।ବିଧାୟକ ଶ୍ରୀ ତ୍ରିପାଠୀ କହିଲେ ପ୍ରତିମୁହୂର୍ତ୍ତରେ ଓଡ଼ିଶା ବାସୀ ନବୀନ ବାବୁଙ୍କୁ ଝୁରୁଛନ୍ତି ଏବଂ ପୁନର୍ବାର ନବୀନ ପଟ୍ଟନାୟକ ଲୋକଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା ଗ୍ରା.ପ. ଓ ମୁନିସପାଲ୍‌ଟି ଏବଂ ଏନ୍‌.ଏ.ସି ନିର୍ବାଚନରେ ବିଜେଡି ଦଳ ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦୃଢ଼ତା ପ୍ରକାଶ କରିଥିଲେ । ଏହି ସଭାରେ ଏନ୍‌.ଏ.ସି ନଗରପାଳ ମାଣିକ ସାହୁ, ଡମପଡ଼ା ବ୍ଳକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବାଙ୍କୀ ବ୍ଳକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ,

କଟକ ଜିଲ୍ଲା ବିଜେଡି ସଂପାଦକ ସନାତନ ବେହେରା, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପୃଷ୍ଟି, କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, ଷ୍ଟାଡିଙ୍ଗ୍ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ, ସଂଜୟ ପାତ୍ର, ଆର୍ତ୍ତତ୍ରାଣ ସ୍ୱାଇଁ, ଅନନ୍ତ ଦାସ, କେନ୍ଦ୍ର ସମବାୟ ସଭାପତି ସୁବାସ ପାଢ଼ୀ, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଭାଗୀରଥି ବିଶ୍ୱାଳ, ଶ୍ରୀନିବାସ ବେହେରା ପ୍ରଭୃତି ବହୁ ଆଗଧାଡିର ନେତୃ ମଣ୍ଡଳୀ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଶେଷରେ ଏନ୍‌.ଏ.ସିର ପୂର୍ବତନ ଉପନଗରପାଳ ପ୍ରିତିଲତା ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version