୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜିର ସଂଧ୍ୟା ସୁରଭି ସତସଙ୍ଗରେ ଗୋ ନବରାତ୍ର ମହୋତ୍ସବର ସଭାପତି ସ୍ବାମୀ ସମର୍ପଣାନନ୍ଦ ଗିରି ନିଜ ଆଶିର୍ବଚନରେ କହିଥିଲେ ଯେ ଭାରତର ମୁସଲମାନ ଶାସକମାନେ ଗୋହତ୍ୟା ନିଷିଦ୍ଧ କରିଥିଲେ । କିନ୍ତୁ ଏହା ଆମର ଦୁର୍ଭାଗ୍ୟ ଯେ ସ୍ଵାଧୀନ ଭାରତର ଆମ ଶାସକମାନେ ସମ୍ବିଧାନ ପ୍ରଣୟନ ସମୟରେ ଗୋହତ୍ୟା ନିଷିଦ୍ଧ ପାଇଁ ନିୟମ ପ୍ରଣୟନକୁ ବିରୋଧ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ବୃନ୍ଦାବନରୁ ଆସିଥିବା ପୂଜ୍ୟ ଦୟାନିଧି ଦାସ ମହାରାଜ, ଗୋମାତାଙ୍କୁ ଆନନ୍ଦ ପ୍ରଦାନ କରୁଥିବାରୁ, ଦେବରାଜ ଇନ୍ଦ୍ର ଭଗବାନ୍ କୃଷ୍ଣଙ୍କର ନାମ ଗୋବିନ୍ଦ ରଖିଥିଲେ ବୋଲି ସୂଚନା ଦେଇଥିଲେ ।
