୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲାୟନ୍ସ ୩୨୨ସି୪ ଦ୍ୱାରା “ଲାୟନ୍ସ ଆଇଡ଼ଲ” ପ୍ରତିଯୋ ଗୀତା ହୋଇଯାଇଛି । ଗତ ତା.୦୩.୧୧.୨୦୨୪ରିଖ ସଂନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏହି ପ୍ରତିଯୋଗୀତା ଲାୟନ୍ସ ଜିଲ୍ଲା ପ୍ରତିନିଧି ସଂଯୁକ୍ତା ପତ୍ରୀଙ୍କ ତତ୍ତ୍ୱାବଧାନରେ ସମାପନ ହୋଇଛି । ଗତ ଅକ୍ଟୋବର ୨୦ ତାରିଖରେ ପ୍ରାଥମିକ ରାଉଣ୍ଡରେ ସବ୍ ଜୁନିୟର, ଜୁନିୟର ଏବଂ ସିନିୟର ଏହିପରି ତିନୋଟି ବିଭାଗରେ ପ୍ରାୟ ୩୫ଜଣ ପ୍ରତିଯୋଗୀ ଚୟନ ହୋଇ ଫାଇନାଲ ରାଉଣ୍ଡରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଗଭର୍ଣ୍ଣର ସରସ୍ୱତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସଂଯୁକ୍ତା ପତ୍ରୀଙ୍କର ଏହି ପଦକ୍ଷେପକୁ ବହୁ ପ୍ରଶଂସା କରିଥିଲେ ।

