Home ଓଡ଼ିଶା ଭୁବନେଶ୍ୱରରେ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦’ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp – ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଏହି ଫେୟାର୍ କ୍ୟାରିୟର ମାର୍ଗ ପାଇଁ ଉତ୍ସାହଜନକ ସୁଯୋଗ ପ୍ରଦାନ କରିବ । ୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶାର ଶୀର୍ଷ କ୍ୟାରିୟର ମାର୍ଗଦର୍ଶକ ଓ ପରାମର୍ଶଦାତା ସଂଗଠନ କ୍ୟାରିୟର ମ୍ୟାପ୍ ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ପଥ ପ୍ରଦର୍ଶକ ୨.୦ର ପ୍ରତ୍ୟାବର୍ତନ ସମ୍ପର୍କରେ ଘୋଷଣା କରିଛି, ଯାହାକି ରାଜ୍ୟର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ଅଟେ । ଭୁବନେଶ୍ୱରର ଜାଗମରା ରୋଡ୍ସ୍ଥିତ ଖଣ୍ଡଗିରି କ୍ରିକେଟ ପଡିଆରେ ଆୟୋଜିତ ହେବାକୁ ଯାଉଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଯାହା ୯ମ ଶ୍ରେଣୀରୁ ପୋଷ୍ଟଗ୍ରାଜୁଏଟ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କୁ ବିବିଧ ଶିକ୍ଷାଗତ ଓ କ୍ୟାରିୟର ମାର୍ଗ ଅନୁସନ୍ଧାନ କରିବା ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବ । ଭାରତବ୍ୟାପୀ ୭୦ରୁ ଅଧିକ ପ୍ରତିଷ୍ଠିତ ୟୁନିଭର୍ସିଟି ଓ କଲେଜଗୁଡିକ ସମେତ ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନଗୁଡିକର ଅଂଶଗ୍ରହଣ ସହିତ ପଥ ପ୍ରଦର୍ଶକ ୨.୦ରେ ବିଭିନ୍ନ ପ୍ରକାରର ଷ୍ଟଲ୍ ରହିବ ଯାହା ଇଞ୍ଜିନିୟରିଂଠାରୁ ଆରମ୍ଭ କରି ବ୍ୟବସାୟ, କଳା, ଫିଲ୍ମ, ମିଡିଆ, କ୍ରୀଡା, ଡିଜିଟାଲ ମାର୍କେଟିଙ୍ଗ୍ ଓ ଉଦୀୟମାନ କ୍ଷେତ୍ରଗୁଡିକରେ ଶିକ୍ଷାଗତ ଓ ବୃତିଗତ ସୁଯୋଗଗୁଡିକୁ ପ୍ରଦର୍ଶିତ କରିବ । ଅଂଶଗ୍ରହଣକାରୀମାନଙ୍କ ନିକଟରେ ଗୋଟିଏ ସ୍ଥାନରେ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବା, ନାମଲେଖା ପ୍ରକ୍ରିୟା, ବୃତି ଓ ସ୍ୱତନ୍ତ୍ର କ୍ୟାରିୟର ମାର୍ଗ ସମ୍ପର୍କରେ ତଥ୍ୟ ହାସଲ କରିବାର ସୁଯୋଗ ରହିବ । ପଥ ପ୍ରଦର୍ଶକ ୨.୦ ସହରର ସବୁଠାରୁ ବଡ ଶିକ୍ଷାଗତ ଓ ବୃତିଗତ ଉତ୍ସଗୁଡିକର ସମାବେଶର ଆୟୋଜନ କରୁଛି । ଏହି ଫେୟାର୍ର ଲକ୍ଷ୍ୟ ହେଉଛି ଓଡିଶାର ଯୁବପିଢିଙ୍କୁ ନିଜର ଭବିଷ୍ୟତ ସମ୍ପର୍କରେ ସୂଚିନ୍ତିତ ନିଷ୍ପତି ନେବା ପାଇଁ ସେମାନେ ଆବଶ୍ୟକ କରୁଥିବା ମାର୍ଗଦର୍ଶନ ପ୍ରଦାନ କରି ସଶକ୍ତ କରିବା, ଯାହା ସେମାନଙ୍କର ଆଗ୍ରହ ଓ ଆକାଂକ୍ଷା ସହ ମେଳ ଖାଉଥିବ । କ୍ୟାରିୟର ମ୍ୟାପ୍ ଓଡିଶାର ଯୁବପିଢିଙ୍କ ପାଇଁ ପ୍ରଭାବୀ ଶିକ୍ଷା ଓ କ୍ୟାରିୟର ବିକଳ୍ପ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ରହିଛି । ଏନେଇ ଭୁବନେଶ୍ୱରର ଲାଇଫ୍ ହୋଟେଲ୍ଠାରେ ଏକ ପ୍ରେସ୍ମିଟ୍ର ଆୟୋଜନ କରାଯାଇଛି ଯେଉଁଠାରେ କ୍ୟାରିୟର ମ୍ୟାପ୍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଯଶବନ୍ତ ନାରାୟଣ ସିଂହ ଲାଲ, ମୁଖ୍ୟ ପରିଚାଳନା ଅଧିକାରୀ ଅମିତ କୁମାର ତ୍ରିପାଠୀ ଓ ସାଧାରଣ ସମ୍ପାଦକ ଜ୍ୟୋତି ସରିତାଙ୍କ ସମେତ ଲିଡରସିପ୍ ଟିମ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଫରିଙ୍ଗଗୁଡିକ ବିଷୟରେ ଆଲୋଚନା କରାଯାଇଛି । କ୍ୟାରିୟର ମ୍ୟାପ୍ ହେଉଛି ଓଡିଶାର ଅଗ୍ରଣୀ କ୍ୟାରିୟର କାଉନ୍ସଲିଙ୍ଗ୍ ସଂସ୍ଥା ଯାହା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ଓ ବୃତିଗତ ସଫଳତା ଦିଗରେ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ ରହିଛି । ପଥ ପ୍ରଦର୍ଶକ ଓ ଅନ୍ୟାନ୍ୟ ପଦକ୍ଷେପ ଭଳି କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ କ୍ୟାରିୟର ମ୍ୟାପ୍ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଜିର ପ୍ରତିଯୋଗୀପୂର୍ଣ୍ଣ ପରିବେଶରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକ ସୂଚନା, ସଂଶାଧନ ଓ ସହଯୋଗ ପ୍ରଦାନ କରୁଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ… by Proprietor Abhimanyu Maharana October 13, 2026 ମୋହନାରେ ସ୍ୱଚ୍ଛ ଭାରତ ଅଭିଯାନ, ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଦାବି by Proprietor Abhimanyu Maharana October 13, 2026 ପୋଖରୀରେ ବୁଡି ନାବାଳକ ମୃତ by Proprietor Abhimanyu Maharana October 13, 2026 ପାହାଡିଆ ନଦୀର ପାଣି ସ୍ରୋତରେ ଭାସିଯାଇ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି by Proprietor Abhimanyu Maharana October 13, 2026 ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି : ୧୬ ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା by Proprietor Abhimanyu Maharana October 13, 2026 ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026