୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କର ବିଦେଶ ଗସ୍ତ କାର୍ଯ୍ୟକ୍ରମ ଅବସରରେ ଦକ୍ଷିଣ କୋରିଆଠାରେ ପହଞ୍ଚିଥିବାବେଳେ ସେଠାକାର ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଶ୍ରୀ ଅମିତ କୁମାର ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଦୁଇଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଅବତାରଣା କରିବା ସାଙ୍ଗକୁ ଓଡ଼ିଶା ସହ ଦକ୍ଷିଣ କୋରିଆର ସାମାଜିକ ଓ ସାଂସ୍କୃତିକ ଭାବବିନିମୟ ସମ୍ପର୍କରେ ଆଲୋଚନା ହୋଇଥିଲା ।
