Home ଓଡ଼ିଶା ବେଡି ଉପରେ କୋରଡା ମାଡ଼ ,ବାତ୍ୟା ଦାନାର କ୍ଷୟକ୍ଷତି ପରେ , ଜଂଗଲି ବାର୍ହା ଉପଦ୍ରବ, ଶହଶହ ଏକର ଧାନ ଫସଲ ନଷ୍ଟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବାତ୍ୟା ଜନିତ ଲଗାଣ ବର୍ଷା ସାଂଗକୁ ଜଂଗଲି ବାର୍ହା ଉପଦ୍ରବ ଯୋଗୁଁ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବ୍ୟାପକ ଅମଳକ୍ଷମ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଅଛି । ରାତ୍ରୀର ବିଳମ୍ବିତ ପ୍ରହରରେ ଜଂଗଲ ଅଂଚଳରୁ ଜଂଗଲି ବାର୍ହା ପଲ ଆସି ଅମଳକ୍ଷମ ଧାନ ଫସଲ ନଷ୍ଟ କରିବା ସଂଗେ ସଂଗେ ଦଳିମକଚି ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ବଣ ପାହାଡ ଘେରା ପଶ୍ଚିମାଞ୍ଚଳରେ ଶହଶହ ଏକର ଅମଳକ୍ଷମ ପାଚିଲା ଧାନ କ୍ଷେତ ବାରହାମାନେ ନଷ୍ଟ କରିଦେଇଛନ୍ତି । ଯଦି ଏହିପରି ସମସ୍ୟା ଲାଗିରହେ ତେବେ, ପରିବାର ଚଳାଇବା କାଠିକର ପାଠ ହେବ ବୋଲି ଆଦିବାସୀ, ହରିଜନ ଗରିବ ଚାଷୀମାନେ ଅଭିଯୋଗ କରିଛନ୍ତି । ଦଶପଲ୍ଲା ପଶ୍ଚିମାଞ୍ଚଳର ଟାକରା,ବୁଗୁଡା, କୁଲୁରୁକୁମ୍ପା, ବାଣିଗୋଛା, ଦୁଡା,ଚଢେୟାପଲ୍ଲୀ, ନୂଆଗାଁ ଗ୍ରାମପଞ୍ଚାୟତ ର ଶହଶହ ଏକର ଧାନଫସଲ ନଷ୍ଟ ହେଉଥିବାବେଳେ , ପ୍ରତିବର୍ଷ ଏହିଭଳି ଅନେକ ସଂଖ୍ୟକ ଚାଷୀ ମାନେ ବାରହା ଉପଦ୍ରବ ଯୋଗୁଁ ହଇରାଣ ହରକତ ହେଉଥିବା ହେଉଛନ୍ତି । ବନ୍ୟପ୍ରାଣୀ ବନବିଭାଗ ଉଣା ଅଧିକେ କ୍ଷତିପୂରଣ ପ୍ରଦାନ କରୁଥିଲେ ମଧ୍ୟ , ଦଶପଲ୍ଲା ବନାଚଂଳ ଟେରିଟୋରିଆଲ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରାନଗଲେ କ୍ଷତିଗ୍ରସ୍ତ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଧମକ୍ ଦେଇଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026