୮ ବର୍ଷ ପେର ନୂତନ ସଚିବ ବିଷ୍ନୁପଦ ସେଠୀଙ୍କ କଡ଼ା ଚିଠି
୧.ଦୁଇ ଲକ୍ଷ ତଙ୍କା ଫେରାଇ ଲୁଚିଗେଲ ପୁବର୍ତନ ବିଡ଼ିଓ ମଧୁସୁଦନ ବେହରା
୨. କାହିଁକି ଏଫଆଇଆରରୁ ବାଦ ଦିଆଗଲା ୫ ଓଏଏସ ଅଧିକାରୀଙ୍କ ନାମ
୩. ତତ୍କାଳିନ ଜିଲାପାଳଙ୍କ ନିର୍ଦ୍ଦେଶକୁ ଚାପେିଦେଲ ତିନି ପୂର୍ବତନ ବିଡ଼ିଓ
୪. ଦୃନୀର୍ତି କରି ଟଙ୍କା ଫେରାଇଥିଲେ ମଧ୍ୟ କାହିଁକି ହେବ ନାହିଁ କାଯ୍ୟନୁଷ୍ଠାନ
୫. ସରପଂଚ ଓ ନିବାର୍ହୀ ଅଧିକାରୀ ବନ୍ଧା ହୋଇଥିଲେ ମଧ୍ୟ କାହିଁ ବନ୍ଧା ହେବ ନାହିଁ ଅଧିକାରୀ
୬. କୁଅୋଡ଼ ଗଲେ ଭିଜିଲାନ୍ସ ଓ ସିବିଆଇ ଟିମ
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲା ବାଲିଗୁଡା ବ୍ଲକରେ ହୋଇଥିବା ମହାଦୁର୍ନୀତି ମାମଲାରେ ବନ୍ଧା ହେବ ସରକାରୀ ଟଙ୍କା ଲୁଟିଥିବା ଅଧିକାରୀ ଓ କମର୍ଚାରୀ । ଏମାନଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହାକୁ ଗୁରୁତର ସହ ନେଇ ଏକ କଡ଼ା ଚିଠି ଲେଖିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସେମାନଙ୍କ ପାଖରୁ ସରକାରଙ୍କ ଟଂଙ୍କା ଅସୁଲ କରାଯାଇଛି କି ନାହିଁ ତାହା ଉପେର ରେିପାର୍ଟ ମାଗିଛନ୍ତି । ଏଥିସହ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କର୍ଯ୍ୟନୁଷ୍ଠାନ ନେବା ଏବଂ ୧୫ ତାରିଖ ସୁଦ୍ଧା ସମସ୍ତ ଘଟଣାର ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ ନିର୍ଦେର୍ଶ ଦେଇଛନ୍ତି ।
