Home ଓଡ଼ିଶା ଶିମିଳିପୁର କାର୍ତ୍ତିକ ମହୋତ୍ସବ କମିଟି ପକ୍ଷରୁ ରକ୍ତ ଦାନ ଶିବିର, ୭୦ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ରେଡକ୍ରସ୍ ଆନୁକୁଲ୍ୟରେ ଡମପଡ଼ା ବ୍ଲକ ଶିମିଳିପୁର ଗ୍ରାମ ପଂଚାୟତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାର୍ତ୍ତିକ ମହୋତ୍ସବ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ମହତଦାନ ବୋଲି କହିଥିଲେ । ଏହି ଶିବିରରେ ୭୦ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଶିମିଳିପୁର ସରପଂଚ ସୁକାନ୍ତ କୁମାର ବେହେରା ପ୍ରଥମେ ରକ୍ତଦାନ କରିଥିବା ବେଳେ ଆଖପାଖ ଅଞ୍ଚଳର ଜନସାଧାରଣମାନେ ରକ୍ତଦାନ କରିଥିଲେ । କାର୍ତ୍ତିକ ମହୋତ୍ସବ କମିଟି ପକ୍ଷରୁ ଅଜୟ କୁମାର ରାଉତ ଶିବିରକୁ ପରିଚାଳନା କରିଥିଲେ । ମହୋତ୍ସବ କମିଟିର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଜନସାଧାରଣ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନାୟକ, ବିଭୂଦତ୍ତ ସ୍ୱାଇଁ, ରାଇଚରଣ ବେହେରା, ଜ୍ଞାନରଞ୍ଜନ ନାୟକ, ପ୍ରବୀଣ କୁମାର ସ୍ୱାଇଁ, ଗୁରୁପ୍ରସାଦ ରାଉତ, ଅକ୍ଷୟ ନାୟକ, ଚିନ୍ମୟ ସ୍ୱାଇଁ , ସୂର୍ଯ୍ୟକାନ୍ତ ଭୂୟାଁ, ସୂର୍ଯ୍ୟକାନ୍ତ ନାୟକ, ସୁଶାନ୍ତ ସ୍ୱାଇଁ, ହୃଦରଞ୍ଜନ ସ୍ୱାଇଁ ଓ ମନୋଜ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026