ଆଶାକର୍ମୀଙ୍କ ବହିଃଷ୍କାର ପାଇଁ ଗ୍ରାମବାସୀଙ୍କ ଦାବୀ

୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଲକ ଅନ୍ତର୍ଗତ ବନ୍ଦାଳ ଗ୍ରାମପଂଚାୟତସ୍ଥ କେଉଟପାଟଣା ଗ୍ରାମର ଆଶାକର୍ମୀ କାର୍ଯ୍ୟରେ ଅବହେଳା କରୁଥିବାରୁ ଗ୍ରାମବାସୀମାନେ ତାଙ୍କର ବହିଃସ୍କାର ଦାବୀ କରିଛନ୍ତି । ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ଗାଁ ଲୋକ ଆପତ୍ତି ଅଭିଯୋଗ କରିବା ସହ ଆନ୍ଦୋଳନର ଚେତାବନି ଦେଇଛନ୍ତି । ଅଭିଯୋଗ ଅନୁସାରେ ଆଶାକର୍ମୀ ସୁଲୋଚନା ଦାସ କେଉଟପାଟଣାରେ ଆଶାକର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଦୀର୍ଘ ଦିନ ହେଲା ତାଙ୍କ କାର୍ଯ୍ୟରେ ଅବହେଳା କରିବା ଏବଂ ପ୍ରସୂତିଙ୍କୁ ମେଡିକାଲ୍ ସ୍ତରୀୟ ସେବା ଯୋଗାଉ ନଥିବାରୁ ଗ୍ରାମାବସୀମାନେ ଅସନ୍ତୁଷ୍ଟ ହୋଇପଡିଛନ୍ତି ।

ଆଶାକର୍ମୀଙ୍କୁ ଗ୍ରାମବାସୀମାନେ ଗ୍ରାମ ସଭାକୁ ଡାକି ସଚେତନ କରିଥିଲେ ମଧ୍ୟ କୌଣସି ଫଳ ନମିଳିବାରୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଇ ବହିଃଷ୍ମାର ପାଇଁ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମରେଶ ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ସଂପର୍କରେ ଡାକ୍ତର ସାହୁ ଏନ୍‌.ଏଚ୍‌.ଏମ୍ ସହକାରୀ ଶାଖା ପରିଚାଳକ ନୃସିଂହ ଭୂୟାଁ, ଏଡିଏମ୍‌ଓ ଚିନ୍ତାମଣି ମିଶ୍ର, ସୁବର୍ଣ୍ଣପୁର ଗୋଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ର ସୁପରଭାଇଜର ମାନସ ଭଞ୍ଜନ ଦଳେଇଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମଚାରୀମାନେ ଉକ୍ତ ଗ୍ରାମରେ ପହଞ୍ôଚ ଅଭିଯୋଗ ସଂପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଆଶାକର୍ମୀ ସୁଲୋଚନା ଦାସଙ୍କ ବିରୁଦ୍ଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ ।

ଯଦି ଆଶାକର୍ମୀଙ୍କୁ ପୁନର୍ବାର କେଉଟପାଟଣାରେ କାର୍ଯ୍ୟକରିବାକୁ ଅନୁମତି ଦିଆଯିବ ତେବେ ଗ୍ରାମବାସୀମାନେ ରାସ୍ତା ରୋକ କରିବା ପାଇଁ ଚେତାବନି ଦେଇଥିଲେ । ଅଭିଯୋଗର ତଦନ୍ତ କରାଯାଇ ଓ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି କରିଛନ୍ତି । ଯଥା ଶୀଘ୍ର ନୂତନ ଆଶାକର୍ମୀ ନିଯୁକ୍ତି କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମ୍ୟକମିଟି ଓ ଗ୍ରାମବାସୀର ପ୍ରଫୁଲ୍ଲ ବେହେରା, ବସନ୍ତ ବେହେରା, କୁଳମଣି ସାହୁ, ବିଜୟ ସେଠ, ମାମି ବେହେରା ଓ ବିଦ୍ୟୁତଲତା ବେହେରାଙ୍କ ସମେତ ଗ୍ରାମ୍ୟ କମିଟି କର୍ମକର୍ତ୍ତା ଓ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Exit mobile version