ରାମଦୟା ପରିଷଦ ପକ୍ଷରୁ ହରି-ହର ଭେଟ କାର୍ଯ୍ୟକ୍ରମ

୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ନିରାକାରପୁର ସ୍ଥିତ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ଆଜି ବହୁ ଆଡମ୍ବରରରେ ହରି-ହର କାର୍ଯ୍ୟକ୍ରମ ହୋଇଯାଇଛି । ରାମଦୟା ପରିଷଦ ର ୪୨ ତମ ବାର୍ଷିକ ଅଧିବେଶନ ୪ ତାରିଖ ରୁ ୧୨ ତାରିଖ ପର୍ୟ୍ଯନ୍ତ ଚାଲିବ । ଏଥିରେ ଓଡ଼ିଶା ର ଆଗ ଧାଡିର ପ୍ରବଚକ ସେମାନଙ୍କ ପ୍ରବଚନ ପରାକାଷ୍ଠା ଦେଖାଇବେ । ଆାଜି ସ୍ବୟଂ ହରି ଯିଏ ରାମଚନ୍ଦ୍ର ଏକ ଧାର୍ମିକ ପରିବେଶ ମଧ୍ଯରେ ବାଜା ବାଣ ପଟୁଆର ମଧ୍ଯରେ ନିରାକାରପୁର ବଜାର ଦେଇ ହର ନିଳକଂଠେଶ୍ବର ଦେବ ଙ୍କୁ ଭେଟ ହୋଇ ନିମନ୍ତ୍ରଣ କରିଥିଲେ। ଏକ ଅପୂର୍ବ ମୀଖା ଧାର୍ମିକ ପରିବେଶ ସ୍ରୁଷ୍ଟି ହୋଇଥିଲା ।

ଆଖପାଖ ର ଶହଶହ ଭକ୍ତ ଭାଗ ନେଇ ପ୍ରଭୁକୃପା ଲାଭ କରିଥିଲେ। ସଂପାଦକ ଗଙ୍ଗାଧର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉପ ସଭାପତି ସତ୍ୟବାଦୀ ବଳବନ୍ତରାୟ,ସାରଙ୍ଗଧର ବଳିୟାର ସିଂହ, ପ୍ରକାଶ କୁମାର ଦାଶ,ଲକ୍ଷ୍ମୀଧର ଦଳାଇ, ଦୀପକ ପ୍ରଧାନ ପ୍ରମୂଖ ଏହି କାର୍ଯ୍ୟକ୍ରମ ର ଦାୟିତ୍ୱ ନେଇଥିଲେ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଉପସ୍ଥିତ ହୋଇ ଦର୍ଶନ କରି ପ୍ରଭୁକୃପା ଲାଭ କରିବା ସହ ରାମ ଦୟା ପରିଷଦର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ଶାନ୍ତି ଶ୍ରୁଙ୍ଖଳା ପାଇଁ ନିରାକାରପୁର ଥାନା ପକ୍ଷରୁ ଆଇଆଇସି ବିଶ୍ବଜିତ ରାଉତରାୟ ଙ୍କ ନିର୍ଦ୍ଦେଶ ରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ନ୍ରୁତ୍ୟ ଗୁରୁ ପ୍ରଭାକର ଶ୍ରୀଚନ୍ଦନ ଙ୍କ ଉତ୍କଳିକା ସଂଗୀତ ଏକାଡେମୀ କଳାକାର ଙ୍କ ଦ୍ବାରା ଓଡିଶୀ ନ୍ରୁତ୍ୟ ପରିବେଷଣ କରାଯାଇଥିଲା । ଆସନ୍ତା ୪ ତାରିଖ ରୁ ପ୍ରତ୍ୟକ ଦିନ ପ୍ରବଚନ କାର୍ଯ୍ୟକ୍ରମ ଚାଲିବାର ପରିଷଦ ପକ୍ଷରୁ ପ୍ରକାଶ ।

Exit mobile version