ଧଣ୍ଡାମୁଣ୍ଡା ଫୁଟବଲ କପ ଉଦଘାଟିତ , ପ୍ରଥମ ମ୍ୟାଚ ରେ ଦହିତା ଦଳ ଠାରୁ ୧-୦ ଗୋଲ ରେ ତେତେଲମୁଣ୍ଡା ଦଳ ବିଜୟୀ

୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଜବାହରଲାଲ ହାଇସ୍କୁଲ ଖେଳ ପଡିଆ ଠାରେ ଧଣ୍ଡାମୁଣ୍ଡା ଫୁଟବଲ କପ ରବିବାର ଉଦଘାଟିତ ହୋଇଯାଇଛି I ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ ଅଧକ୍ଷା ନିରୁପମା ପଟେଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ଦେବ କାନ୍ତ ପାଣିଗ୍ରାହୀ, ଯଶୋବନ୍ତ ସାହୁ, ପବିତ୍ର ପଟେଲ ଯୋଗଦେଇ ଥିଲେ I

ଏହି ଅବସରରେ ପ୍ରଥମ ମ୍ୟାଚ ଦହିତ ଦଳ ଓ ତେତେଲମୁଣ୍ଡା ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ଖେଳ ଅମିମାଂସିତ ରହିବାରୁ ପେନାଲ୍ଟି ସ୍କୋର ମାଧ୍ୟମ ରେ ଦହିତା ଠାରୁ ତେତେଲମୁଣ୍ଡା ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା । ଖେଳ କୁ ଶମ୍ଭୁଦତ୍ତ ମିଶ୍ର ପରିଚାଳନା କରିଥିବା ବେଳେ ସନ୍ତୋଷ ପୁଟେଲ, ରାଜୀବ ବିଶ୍ୱାଳ ସହଯୋଗ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଶୋଭନ ମିଶ୍ର, ଅଭିନାଶ ରାଉତ, ପ୍ରଭାତ ମାଝୀ, ଶିଶିର ପଧାନ, ସାନ ନାଏକ ଓ ଧଣ୍ଡାମୁଣ୍ଡା ଫୁଟବଲ କ୍ଳବ ର ସଦସ୍ୟ ସହଯୋଗ କରିଥିଲେ l

Exit mobile version