Home ଓଡ଼ିଶା ଜମ୍ବେଶ୍ୱର ମହାଦେବ ଙ୍କ ମନ୍ଦିର ରେ ଯମ ଦ୍ଵିତୀୟା ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି |ପବିତ୍ର ଯମ ଦ୍ଵିତୀୟା/ଭାଇ ଦ୍ଵିତୀୟା ଅବସର ରେ ପୁରୀ ହରଚଣ୍ଡୀ ସାହି ନିକଟ ଗୌଡ଼ବାଡ଼ ସାହି ସ୍ଥିତ ଜମ୍ବେଶ୍ୱର ମହାଦେବ ଙ୍କ ମନ୍ଦିର ରେ ଯମ ଦ୍ଵିତୀୟା ପାଳିତ ହେଉଅଛି । ହବିଷ୍ୟାଳି ମାନଙ୍କ ଭିଡ ଦେଖିବାକୁ ମିଳିଛି | ମନ୍ଦିରରେ ଓ ମନ୍ଦିର ପାର୍ଶ୍ଵ ରେ ଯମ ଙ୍କ ମୂର୍ତ୍ତୀ ପାଖରେ ଆଜି ଅନେକ ଶ୍ରଦ୍ଧାଳୁ ଙ୍କ ଗହଳି ଦେଖିବାକୁ ମିଳୁଛି । ଜମ୍ବେଶ୍ୱର ମହାଦେବ ଙ୍କ ମନ୍ଦିର ପାର୍ଶ୍ୱ ବେଢ଼ା ରେ ମା ପାର୍ବତୀ ଙ୍କ ଆଜି ହରଚଣ୍ଡୀ ବେଶ ରେ ମଧ୍ୟ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ପୂଜିତ ପଣ୍ଡୁ ନୃସିଂହ ଓ ମା କୃଷ୍ଣ କାଳୀ ଙ୍କ ଦର୍ଶନ କରିବାକୁ କାର୍ତ୍ତିକ ବ୍ରତ କରୁଥିବା ମା ମାନେ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରବିବାର ଦିନ ଗୌଡ଼ବାଡ ସାହି ସ୍ଥିତ ଶ୍ରୀ ଯମେଶ୍ୱର ମନ୍ଦିରରେ ଯମ ଦ୍ଵିତୀୟା ପର୍ବ ଅନୁଷ୍ଠିତ ହୋଇଛି । ମନ୍ଦିର ପରିସରରେ ବିରାଜିତ ଶ୍ରୀ ଯମ ଦେବତା ଙ୍କ ପାଖେ ବିଶେଷ ଭାବରେ ପୂଜାର୍ଚ୍ଚନା ସହ ବେଣ୍ଟ ମୁଆଁ ଭୋଗ ଅର୍ପଣ କରାଯାଇଥିଲା । ଶ୍ରୀ ଯମେଶ୍ୱର ଓ ଶ୍ରୀ ହରିହର ଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବା ସହ ମା ପାର୍ବତୀଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଛି । ବିଶ୍ୱାସ ରହିଛି ଯେ,ଏହି ଦିନ ଶ୍ରୀଯମ୍ବେଶ୍ୱର ଙ୍କୁ ଦର୍ଶନ କଲେ ଯମଦଣ୍ଡ ରୁ ମୁକ୍ତି ମିଳିଥାଏ । ମନ୍ଦିରରେ ଦିନ ଓ ରାତି ଉଭୟ ସମୟରେ ଗହଳି ଲାଗି ରହୁଥିବା ବେଳେ ବିଶେଷ ଭାବେ ରାତ୍ରରେ ମନ୍ଦିର ନିକଟରେ ମେଳା ର ଆୟୋଜନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026