Home ଓଡ଼ିଶା ଜଂଗଲୀ ଜନ୍ତୁଙ୍କ ଉପଦ୍ରବ : ଚାଷୀକୁଳ ସ୍ତବ୍ଧ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ଗାଁ ଗୁଡିକରେ ଜଂଗଲୀ ଜନ୍ତୁ ଏପରି ଉପଦ୍ରବ କରି ଫସଲ ନଷ୍ଟ କରୁଛନ୍ତି କି ତାହା ଏ ଅଞ୍ଚଳ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଦେଖିନଥିଲ।ଜଳବାୟୁର ତାରତମ୍ୟ ସତ୍ତ୍ବେ ଏ ବର୍ଷ ଧାନ ଫସଲ ପାଇଁ ଆବଶକ୍ୟ ବର୍ଷା ହୋଇଥିବାରୁ ତଥା ଏ ପର୍ଯ୍ୟନ୍ତ କୌଣସି ବଡ଼ ବନ୍ୟା କି ବାତ୍ୟା ହୋଇନଥିବାରୁ ଚାଷୀକୁଳ ଭଲ ଅମଳ ପାଇଁ ଆଶା ରଖିଥିଲେ।ମାତ୍ର ଜଂଗଲୀ ଜନ୍ତୁଙ୍କ ବିପର୍ଯ୍ୟୟ ସମସ୍ତ ସୀମା ଡେଇଁ ଯାଇଛି । ଉପକୂଳ ଅଞ୍ଚଳ ରେ ଧାନ ଚାଷ ଆର୍ଥିକ ମେରୁଦଣ୍ଡ ହୋଇ ଥିବା ବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସରକାରଙ୍କ ନୂଆ ନିୟମ ଅନୁସାରେ ଧାନ ମଣ୍ଡିରେ ଧାନ ଦେବା ପାଇଁ ବେଶ୍ ଖୁସି ଥିବାବେଳେ ଫସଲ ଅମଳର ଶେଷ ମୁହୂର୍ତ୍ତରେ ଏପରି ନଷ୍ଟ ହେବା ବେଶ୍ ହୃଦୟ ବିଦାରକ।ଫସଲ କିଆରୀ ଅବସ୍ଥା ଏପରି ଯେ ଏକ ଲୋମହର୍ଷଣକାରି ଦୃଶ୍ୟ ଠାରୁ କମ୍ ନୁହେଁ।ଏହି ବନ୍ୟ ଜନ୍ତୁ ଧାନ ଫସଲ ପଚାଶ ଶତକଡା ପାଚିବା ପରେ ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଫସଲ ଉଜାଡି ଦିଅନ୍ତି। ଶହ ଶହ ଏକର ଏକା ରାତିରେ ଚଳୁ କରୁଛନ୍ତି।ବାକି ଫସଲ ତାଙ୍କ ଅପେକ୍ଷାରେ । ରାତି ଉଜାଗର ହୋଇ ଜଗିଲେ ମଧ୍ୟ ସାମାନ୍ୟତମ ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ କରୁଛନ୍ତି ଏହି ଜଂଗଲୀ ଜନ୍ତୁ ମାନେ।ଅନେକ କାରଣ ଭିତରୁ ଅଭୟାରଣ୍ୟ ସଂଲଗ୍ନ ସରକାରୀ ଜମିରୁ ଅବାଧ ଗଛ କଟା ଓ ବାଲି ଚୋରାଚାଲାଣ । ଜଂଗଲୀ ଜନ୍ତୁ ଜଙ୍ଗଲରେ ଆବଶକ୍ୟ ଅନୁସାରେ ଖାଦ୍ୟ ନ ପାଇବାରୁ ଗାଁ ମୁଂହା ହୋଇ ଫସଲ ନଷ୍ଟ କରୁଛନ୍ତି । ସୂତନ୍,ତରୋକର,ବଡ଼ଗାଁ,ଅଚ୍ୟୁତ୍ପୂର୍ ଆଦି ପଂଚାୟତ ତଥା କୋଣାର୍କ ଅଞ୍ଚଳରେ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଧାନ ଫସଲକୁ ସଂପୂର୍ଣ୍ଣ ମୂଳପୋଛ କରିବାର ଦେଖା ଯାଉଛି।ଯଦି ଆଗକୁ ଏହାର କିଛି ପ୍ରତିକାର ନ ହୁଏ,ତେବେ ଉକ୍ତ ଅଞ୍ଚଳରେ ଧାନ ଫସଲ ସ୍ବପ୍ନରେ ପରିଣତ ହେବ।ଏଥିପାଇଁ ରାଜ୍ୟ ସରକାର ,ବିଭାଗୀୟ ଅଧିକାରୀ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏ ଅଞ୍ଚଳର ହୋଇଥିବାରୁ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026