୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ), ମର୍ଲିନ ଗ୍ରୁପ୍ର କ୍ରୀଡା ବିଭାଗ କ୍ଲବ ପାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ ଟାଲେଣ୍ଟ ହଣ୍ଟ (ପ୍ରତିଭା ଅନ୍ୱେଷଣ) ଶୁଭାରମ୍ଭ ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି । ଏକାଧିକ ସହରରେ ହେବାକୁ ଥିବା ଏହି ଟାଲେଣ୍ଟ ହଣ୍ଟ୍ ଭୁବନେଶ୍ୱରରେ ୨୦୨୪ ନଭେମ୍ବର ୯ ତାରିଖରେ ଆରମ୍ଭ ହେବ ଏବଂ ଏହା ଓଡ଼ିଶାରୁ ଉଦୀୟମାନ ଯୁବ କ୍ରିକେଟ ଖେଳାଳିଙ୍କ ଚିହ୍ନଟ ଓ ପରିପୋଷଣ କରିବା ଲକ୍ଷ୍ୟ ରଖିଛି । ଏହି ଅନୁସନ୍ଧାନ ପ୍ରକ୍ରିୟା ପାଟନା, ସିଲିଗୁଡି ଏବଂ କୋଲକାତା ସମେତ ପୂର୍ବ ଭାରତର ବୃହତ ସହରଗୁଡିକୁ ମଧ୍ୟ ପରିବ୍ୟାପ୍ତ କରାଯିବ ଏବଂ ବିଶ୍ୱ ଶ୍ରେଣୀର ତାଲିମ ଜରିଆରେ ଆକାଙ୍କ୍ଷୀ ଖେଳାଳିମାନଙ୍କୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଭଳି ସୁଯୋଗ ଯୋଗାଇ ଦିଆଯିବ ।
