ର୍ଦୁିନତି ନିବାରଣ ସଚେତନତା ସପ୍ତାହ ପାଳନରେ ଶପଥ ଗ୍ରହଣ

୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମରେ ଦୁର୍ନିତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁର୍ନିତିକୁ ହଟାଇବା ଓ ଜନସାଧାରଣଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ କହିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସମସ୍ତେ ନିଜ ନିଜର ଦାୟିତ୍ୱ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ।

ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେର ମନୋଜ କୁମାର ରାଉତ, ବଂଶୀଧର ମହାପାତ୍ର, ଲଲାଟେନ୍ଦୁ ପଣ୍ଡା, ଅଜିତ୍ ସାମଲ, ଅଶୋକ ତ୍ରିପାଠୀ, ପ୍ରସନ୍ନ କୁମାର ପ୍ରଧାନ, ଚରଣ ରାଉତ ପ୍ରମୁଖ ଯୋଗଦାନ କରି ଦୁର୍ନିତି ମୁକ୍ତ ଭାରତ ଗଠନ ପାଇଁ ଶପଥପାଠ କରିଥିଲେ ।

Exit mobile version