ବାଙ୍କୀ ନୂଆଗାଁରେ ଗିରିଗୋବର୍ଦ୍ଧନ ପୂଜା

୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଳକ ଅନ୍ତର୍ଗତ କିଆପଲା ଗ୍ରାମ ପଂଚାୟତର ଭୂଇଁମୁଣ୍ଡିଆ ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ଆଜି ଅନୁଷ୍ଠିତ ହୋଇଯାଇଛି । ଆଜକୁ ୨୫ବର୍ଷ ଧରି ଆଖପାଖ ଗାଁର ବିଭିନ୍ନ ଗ୍ରାମରୁ ଆସି ଏଠାରେ ପୂଜା କରିଥାଆନ୍ତି । ବିଶ୍ୱାସ ଅଛି ଛେଟା ପିଲାଙ୍କର କାନ ପାଚିଲେ ଏଠାରେ ପଜୂାର୍ଚ୍ଚନା କଲେ ଭଲ ହୋଇଯିବ । ଆଜି ସକାଳୁ ସଂକୀର୍ତ୍ତନ, ଭାଗବତ ଏବଂ ନୂଆଗାଁର ନାରାୟଣ ରାଉତଙ୍କ ଘୁଡିକି ନାଚ ପରିବେଷଣ କରାଯାଇଥିଲା ।

ମା’ବ୍ରାହ୍ମଣୀ ଦେବୀଙ୍କୁ ବେଶ କରାଯାଇ ଯାତ୍ରା କରାଯିବା ସହିତ ନବରଙ୍ଗ ଦର୍ପନାରାୟଣପୁର ନୟାଗଡରୁ ଆସି ଏଠାରେ ନାଚଗୀତ କରି ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟୁକୁନା ଜେନା, ବସନ୍ତ ପ୍ରଧାନ, ଛାଟିଆ ରାଉତ, ରଙ୍କ ପରିଡା, ଚନ୍ଦନ ରାଉତ, କୁମର ପରିଡା, ଆନନ୍ଦ ରାଉତ, ହେମନ୍ତ ପରିଡା ପ୍ରମୁଖ ବହୁ ବ୍ୟକ୍ତି ସହଯୋଗ କରିଥିଲେ ।

Exit mobile version