ବାଙ୍କୀ ଆର୍ଯ୍ୟ ସମାଜ ତରଫରୁ ସ୍ୱାମୀ ଦୟନନ୍ଦ ସରସ୍ୱତୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯଜ୍ଞ ଓ ବୃକ୍ଷରୋପଣ

୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଆର୍ଯ୍ୟ ସମାଜ ପକ୍ଷରୁ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ବେଦମନ୍ଦିର ପରିସରରେ ଯଜ୍ଞ କରାଯିବା ସହିତ ଔଷଧିୟ ବୃକ୍ଷରୋପଣ କରାଯାଇଛି । ମୁଖ୍ୟବକ୍ତା ଭାବେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ବାଙ୍କୀ ଆର୍ଯ୍ୟ ସମାଜର ସଭାପତି ଧନଞ୍ଜୟ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ମନୋଜ କୁମାର ମହାପାତ୍ର, ସଂଗ୍ରାମ ବେହେରା, ଦୀପକ କୁମାର ସାମନ୍ତରା, ସୁଦର୍ଶନ ସାହୁ, ଅନୀମା ମହାପାତ୍ର, ସନାତନ ସାହୁ, ରବିନ୍ଦ୍ର ରାଉତ, ଦିବ୍ୟଲୋଚନ ସାହୁ, ରଶ୍ମି ମହାରଣା ପ୍ରମୁଖ ଯୋଗଦାନ କରି ସ୍ୱାମୀଜୀଙ୍କ ସ୍ମୃତିଚାରଣ କରିବା ସହିତ ଔଷଧିୟ ବୃକ୍ଷ ରୋପଣ କରିଥିଲେ ।

Exit mobile version