Home ଓଡ଼ିଶା ବାଙ୍କୀ ବୈଦ୍ୟେଶ୍ୱର ଟି-ସେତୁ ସହ ହାଇଟେକ୍ ସିଟି ଭୁବନେଶ୍ୱର ମଧ୍ୟରେ ରାସ୍ତା ସଂଯୋଗୀକରଣ ପାଇଁ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ମହାନଦୀରେ ବୈଦ୍ୟେଶ୍ୱର ଠାରେ ବାଙ୍କୀ ଏବଂ ଗୋପୀନାଥପୁରକୁ ସଂଯୋଗ କରୁଥିବା ଟି-ସେତୁ ଦ୍ୱାରା ଗମନାଗମନର ବହୁ ସୁବିଧା ହୋଇପାରିଛି । ଏହି ସେତୁକୁ କେନ୍ଦ୍ରକରି ବୈଦ୍ୟେଶ୍ୱର ଠାରୁ କୁରୁମପଡ଼ା ଛକ, ଚଣ୍ଡୀପୁର, ପଶାଣିଆ, ପଥୁରୀପଡା, ନରଣପୁର, ନରଗାଙ୍ଗ, ତୁଳସୀପୁର ପାଟ ଦେଇ ହଳଦିଆ କଲେଜ ପାଖରେ ଥିବା ରାସ୍ତାକୁ ଯଦି ଛତାବର ଦେଇ ସମ୍ ହସ୍ପିଟାଲ୍ ପର୍ଯ୍ୟନ୍ତ ସଂଯୋଗ କରିଦିଆଯାଏ ତାହାଲେ ଭାପୁର, କଣ୍ଟିଲେ, ଖଣ୍ଡପଡା, ଦଶପଲ୍ଲା ,ଗଣିଆ , ଢ଼େଙ୍କାନାଳ ଜନସାଧାରଣ ଭୁବନେଶ୍ୱର ରାଜଧାନୀ ସହ ଅଳ୍ପ ସମୟ ମଧ୍ୟରେ ଯାତାୟତ କରିପାରିବେ । ବିଭିନ୍ନ ଯାଗାରେ ରସ୍ତା ଥିଲେ ମଧ୍ୟ ଏହାକୁ ସହଜ ସୁଗମ କରିବା ସହ ରାସ୍ତାର ଦୂରତା କମ୍ କରିବା ଦୃଷ୍ଟିରୁ ଖଣ୍ଡ ଖଣ୍ଡ ହୋଇଥିବା ରାସ୍ତାକୁ ସଂଯୋଗ କରିଦିଆଯାଏ ତେବେ ୭ଟି ଜିଲ୍ଲାକୁ ଅତି ସହଜରେ ସଂଯୋଗ କରିଦିଆଯିବା ସହ ରାସ୍ତାର ଦୂରତା ହ୍ରାସ ପାଇବ । ବାଙ୍କୀର ଯୁବ ସମାଜସେବୀ ଅମୂଲ୍ୟ ଦାଶ ଏଭଳି ଏକ ନକ୍ସା ପ୍ରସ୍ତୁତ କରି ବାଙ୍କୀର ବିଭିନ୍ନ ବୁଦ୍ଧିଜୀବୀ ସଂଗଠନ , ବ୍ୟକ୍ତିବିଶେଷମାନଙ୍କର ମତାମତ ସଂଗ୍ରହ କରିଛନ୍ତି । ଏହି ରସ୍ତା ସଂଯୋଗୀକରଣ କରାଗଲେ ରାଜଧାନୀ ଠାରେ ଥିବା ସେଣ୍ଟ୍ରାଲ୍ ଆୟୁର୍ବେଦିକ୍ ଅନୁଷ୍ଠାନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଗୁରୁକୁଳ ଶିକ୍ଷାନୁଷ୍ଠାନ, ବାଗ୍ଚି କ୍ୟାନସର୍ ହସ୍ପିଟାଲ୍, ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭଳି ଅନେକ ଅନୁଷ୍ଠାନ ସହିତ ଦୈନିକ ଯାତାୟତ କରିବା ସହ ପାଠ ପଢ଼ିବା ଏବଂ ରୋଗୀ ସେବା ସହଜ ହୋଇପାରିବ । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଅବଗତ କରାଇବା ସହ ବାଙ୍କୀ ବିଧାୟକ ଏବଂ କଟକ ଲୋକସଭା ସାଂସଦଙ୍କୁ ଲିଖିତ ଭାବେ ଶ୍ରୀ ଦାସ ଜଣାଇଛନ୍ତି । ଏହି ରାସ୍ତା ସଂଯୋଗୀକରଣ ହେବା ଦ୍ୱାରା ରାସ୍ତାର ଦୂରତା ପ୍ରାୟ ୩୦କି.ମି ହ୍ରାସ ପାଇବ । Categories: ଓଡ଼ିଶା, କଟକ, ହୋମ୍ Related Content ଦୁର୍ଗାପୂଜାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ‘ଶକ୍ତି ସୁରକ୍ଷା’ ଅଭିଯାନ ପାର୍ବଣର ଆନନ୍ଦ, ସୁରକ୍ଷାର ସଂକଳ୍ପ by Proprietor Abhimanyu Maharana October 18, 2026 ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ by Proprietor Abhimanyu Maharana October 18, 2026 ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ by Proprietor Abhimanyu Maharana October 18, 2026 BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026