Home ଓଡ଼ିଶା ବାଟ ହୁଡ଼ିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜିଛନ୍ତି ଅସହାୟ ପରିବାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଏହି ଅସହାୟ ପରିବାର ଘର ଖଣ୍ଡେ ପାଇଁ ବ୍ଲକ୍ ପ୍ରଶାସନ ନିକଟରେ ବାରମ୍ବାର ନେହୁରା ହୋଇଛନ୍ତି । ୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରୀବ ସୀମା ରେଖା ତଳେ ଥିବା ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏହି ଜନ ମଙ୍ଗଳକାରୀ ଯୋଜନାରେ ଗରୀବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଗୃହ ପକ୍କା ଘର ପାଇବାର ନିୟମ ରହିଛି । ହେଲେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ କେ. ଝାଳାରସିଂ ଗ୍ରାମର ସମ୍ପତି ପାଣି ଏହି ଜନ କଲ୍ୟାଣ ଯୋଜନାରୁ ବଞ୍ଚିତ ଥିବା ପରିଲକ୍ଷିତ ହୋଇଛି। ବହୁ କଷ୍ଟରେ ଚଳୁଥିବା ଏହି ପରିବାର ଉପରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ଭଙ୍ଗା ଝାଟିମାଟି ଘର । ବର୍ଷା, ଖରା ଓ ଶୀତରେ ମାଟି କୁଡ଼ିଆରେ କଟୁଛି ଜୀବନ । ରକ୍ଷା ପାଇବା ପାଇଁ ଚିରା ଫଟା ପଲିଥିନ ଘର ଉପରେ ପଡିଛି। ଭଙ୍ଗା ଦଦରା ଘରେ ବିଷଧର ସରୀସୃପ ପୋଷିବାର ଭୟ ରହିଛି । ଅନେକ ଦୁଃଖ ମଧ୍ୟରେ ପରିବାର ଚଳୁଥିବା ବେଳେ ସମ୍ପତି ପାଣିଙ୍କ ଔଷଧ ଖର୍ଚ୍ଚ ପାଇଁ ଅର୍ଥ ସାଜିଛି ବାଧକ । ଏହି ଅସହାୟ ପରିବାର ଘର ଖଣ୍ଡେ ପାଇଁ ବ୍ଲକ୍ ପ୍ରଶାସନ ନିକଟରେ ବାରମ୍ବାର ନେହୁରା ହୋଇଛନ୍ତି । ହେଲେ ସମ୍ପତି ପାଣିଙ୍କୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ମିଳିପାରି ନାହିଁ । ଏହି ଅଭାବୀ ପରିବାରକୁ ପ୍ରଶାସନ ଯଥା ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026